ପବିତ୍ର ଅନନ୍ତ ବ୍ରତରେ ପୁରୀର ବିଭିନ୍ନ ମନ୍ଦିରରେ ମହିଳା ମାନଙ୍କ ଭିଡ଼


ଆଜି ପବିତ୍ର ଅନନ୍ତ ବ୍ରତ, ଏହି ବ୍ରତ ମହିଳାମାନେ ନିଜର ପରିବାରକୁ ସଦାସର୍ବଦା ସୁଖଶାନ୍ତିରେ ରଖିବା ପାଇଁ କରିଥାନ୍ତି l ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ନୃସିଂହ ମନ୍ଦିର ଓ ସ୍ୱର୍ଗଦ୍ୱାର ନିକଟରେ ଅନନ୍ତ ନୃସିଂହ ମନ୍ଦିରରେ ମହିଳା ମାନଙ୍କ ଭିଡ଼ ଦେଖିବାକୁ ମିଳିଛି l କିନ୍ତୁ ଅନନ୍ତ ନୃସିଂହ ମନ୍ଦିରର ଠାକୁର ଶ୍ରୀଅନନ୍ତ ନାରାୟଣ ଅନନ୍ତ ଶୟନ ଅବସ୍ଥା ରେ ଥିବାବେଳେ ମାଲକ୍ଷ୍ମୀ ଠାକୁରାଣୀ ନାରାୟଣଙ୍କ ପାଦସେବା କରୁଥିବାର ଦୃଶ୍ୟ ଭକ୍ତର ମନକୁ ଆନନ୍ଦିତ କରିଥାଏ l କିନ୍ତୁ ଦୁଃଖର ବିଷୟ ହେଲା ଏହି ମନ୍ଦିର କୁ ପୁରୀର ଅଳ୍ପ କିଛି ଜନସାଧାରଣ ଜାଣିଥିବେ କାରଣ ଏହା ସ୍ୱର୍ଗଦ୍ୱାର ର ମୁଖ୍ୟ ରାସ୍ତାରେ ଥିଲେ ମଧ୍ୟ କିଛି ଦୋକାନ ଆଢୁଆଳ ରେ ଲୁଚି ରହିଛି l ଏହି ବିଷୟରେ କମିଟି ସଦସ୍ୟଙ୍କୁ ପଚାରିବାରୁ ସେ ପୂର୍ବତନ ସେବକ ଠାକୁରଙ୍କୁ ଖାଇବାକୁ ନଦେଇ ସବୁ ଜାଗାବିକ୍ରି କରି ଦୋକାନ ଘର କରିଥିବାରୁ ଏଭଳି ଅବସ୍ଥା ର ସମ୍ମୁଖୀନ ହେବାକୁ ପଡୁଛି l ଏବେ ଦୁଇ ବର୍ଷହେବ ବଜାର କମିଟି ଠାକୁରଙ୍କ ଦାୟିତ୍ୱ ନେଇ ଦୋକାନୀମାନେ ପଇସା ଆଦାୟ କରି ଏହି ଅନନ୍ତ ନାରାୟଣଙ୍କ ପୂଜା କରୁଛନ୍ତି ବୋଲି ସମ୍ପାଦକ ଆଶୁତୋଷ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି l

Leave a Reply

Your email address will not be published. Required fields are marked *