ପୁଣି କଳା ପଲସର ଆତଙ୍କ। ମହିଳାଙ୍କଠାରୁ ୪୦ ହଜାର ଟଙ୍କା ଲୁଟ

କାମାକ୍ଷାନଗର– ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷନଗରରେ ଦିର୍ଘଦିନ ବ୍ୟବଧାନପରେ ପୁଣି କଳାକରଙ୍କ ପଲସର ଆତଙ୍କ। ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବାବେଳେ, ଅଧ ବାଟରୁ ଗୋଟିଏ କଳାରଙ୍ଗର ପଲସର ବାଇକରେ ଦୁଇଜଣ ଦୁର୍ବୁତ୍ତ ଆସି ଟଙ୍କା ବ୍ୟାଗଟି ଛଡାଇନେଇ ଫେରାର ହୋଇଗଲେ। ଲୁଟର ଶିକିର ହୋଇଥିବା ମହିଳା ଜଣକ ହେଲେ କଙ୍କଡାହାଡ ଥାନା ରହଣି ଗ୍ରାମର ସିତା ବାରିକ। ସୂଚନା ମୁତାବକ ଆଜି ଦିନ ପ୍ରାୟ ୧୨ଟା ବଳକୁ ସିତା ବିରାଶାଳ ଗ୍ରାମ୍ୟବ୍ୟାଙ୍କରୁ ୪୦ ହଜର ଟଙ୍କା ଉଠାଇ ଏକ ବ୍ୟାଗରେ ଟଙ୍କା ନେଇ ଘରକୁ ଫେରୁଥିଲେ । ଫେରିବା ବାଟରେ ନୂଆ ରହଣି ରାସ୍ତାରେ ଏକ ନିଛାଟିଆ ସ୍ଥାନରେ କଳାରଙ୍ଗର ଏକ ପଲସର ବାଇକରେ ଦୁଇଜଣ ଦୂର୍ବୁତ ଆସି ତାଙ୍କ ଟଙ୍କା ବ୍ୟଗଟି ଝାମ୍ପିନେଇ ଆଖିପିଛୁଳାକେ ଫେରାର ହୋଇଗଲେ। ଏନେଇ ସଂପୃକ୍ତ ମହିଳା ଜଣକ ଥାନାରେ ଜଣାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।