ପୁଣି ନକଲି ମେଡିସିନ୍ ଜବତ ହେଲା କଟକରୁ

କଟକ:- ନକଲି ସହର ପାଲଟିଲାଣି ପୁରୁଣା ରାଜଧାନୀ। କଟକରୁ ପୁଣି ନକଲି ମେଡିସିନ୍ ଜବତ। ପୁରୀଘାଟ ଥାନା ଅଞ୍ଚଳ ଟାଉନ ହଲ ରୋଡରେ ଶ୍ରୀ ଡିଷ୍ଟ୍ରିବୁଟର ଉପରେ ଚଢାଉ କରି ୨ ଲକ୍ଷ ଟଙ୍କାର ନକଲି ମେଡିସିନ ଜଵତ କରିଛି ଡ୍ରଗ୍ସ ବିଭାଗ ଓ ପୁରୀଘାଟ ପୋଲିସ। ନକଲି ମେଡିସିନ୍ ବିକ୍ରି କରିବା ଅଭିଯୋଗରେ ଶ୍ରୀ ଡିଷ୍ଟ୍ରିବୁଟର ମାଲିକ ବିଜୟ ଅଗ୍ରୱାଲକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି lପେଟରୋଗ ପାଇଁ ମିଳୁଥିବା ଓଟୁ ନକଲି ମେଡିସିନ ବିକ୍ରି କରୁଥିବା ନେଇ ଡ୍ରଗ୍ସ ବିଭାଗ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲା। ତେବେ ଏହି ନକଲି ମେଡିସିନ ରାଜ୍ୟ ବାହାରୁ ଆଣିଥିବା ପଚରାଉଚୁରା ସମୟରେ ଜଣାପଡିଛି। ସୂଚନାଯୋଗ୍ୟ ଯେ , କିଛି ମାସ ତଳେ କଟକରେ ମଧ୍ୟ ନକଲି ମେଡିସିନ୍‌ କାରବାର ନେଇ ଚଢାଉ ହୋଇଥିଲା । ଆଉ ଏହି ଚଢାଉରେ ବିପୁଳ ପରିମାଣର ନକଲି ମେଡିସିନ୍‌ ଜବତ ହେବା ସହ କିଛି ଲୋକଙ୍କୁ ଗିରଫ କରାଯାଇଥିଲା। ଏବେବି କମିଶନରେଟ୍‌ ପୋଲିସ ଏବଂ ଡ୍ରଗ୍ସ ବିଭାଗ ନକଲି ମେଡିସିନ୍‌ କାରବାର ନେଇ ଖୋଳତାଡ଼ ଜାରି ରଖିଛି।

Leave a Reply

Your email address will not be published. Required fields are marked *