ଆନ୍ଧ୍ର ଖୋ ଖୋ ଦଳକୁ ବିଦାୟ ସମ୍ବର୍ଦ୍ଧନା

ପୁରୀ ତାଳବଣିଆ ସ୍ଥିତ ଖେଳ ପଡିଆ ଠାରେ ଆନ୍ଧ୍ର ଓ ଓଡିଶା ଖୋ ଖୋ ଦଳ ମଧ୍ୟରେ ବନ୍ଧୁତ୍ବ ପୂର୍ଣ୍ଣ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ପୁରୀ ରେ ଚଳିତ ମାସ ୮ ତାରିଖରେ ପହଞ୍ଚିଥିବା ଆନ୍ଧ୍ର ଦଳ ଓଡିଶା ଖୋ ଖୋ ଦଳ ସହ ୬ ଟି ମ୍ୟାଚ ଖେଳି ଥିଲା।ଏହି ଖେଳ ମାଧ୍ୟମରେ ଉଭୟ ଦଳ ପରସ୍ପର ସହ ଖେଳି ବିପୁଳ ଅଭିଜ୍ଞତା ହାସଲ କରିଥିଲେ।ଏହି ଅଭିଜ୍ଞତା ପରବର୍ତ୍ତୀ ଖେଳରେ ଖେଳାଳୀ ମାନଙ୍କୁ ଅନେକ ସହାୟତା କରିବ ବୋଲି କୋଚ ସଞ୍ଜୀବ ଶର୍ମା ସୂଚନା ଦେଇଥିଲେ।ବିଦାୟ ନେଉଥିବା ଆନ୍ଧ୍ର ଦଳର ଅଧିନାୟକ ପି ଶିବାରେଡି ଓ ସମସ୍ତ ସଦସ୍ୟ ମାନଙ୍କୁ ସ୍ମୃତି ସ୍ୱରୂପ ଶ୍ରୀଜୀଉ ମାନଙ୍କ ଫଟୋ ଚିତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗ ଦେଇ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *