ନଅଲକ୍ଷ ମୂଲ୍ୟରେ ନିର୍ମିତ ନୂତନ ଅଙ୍ଗନବାଡି କେନ୍ଦ୍ର ଏବେ ଭୁତ କୋଠି ପାଲଟିଛି

ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଆନ୍ତରକିଆରୀ ଗ୍ରାମରେ ଦୀର୍ଘ ୩ ମାସ ହେବ ନୂତନ ଭାବେ ସରକାରୀ ସ୍ୱୀକୃତି ପ୍ରାପ୍ତ ଅଙ୍ଗନୱାଡି ଗୃହ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ସହ, ଗ୍ରାମ କମିଟିକୁ ହସ୍ତାନ୍ତର ହୋଇଥିଲେ ସୁଦ୍ଧା ଅଙ୍ଗନୱାଡି କର୍ମୀଙ୍କ ବେପରୁଆ ଓ ଖାମଖିଆଲି ମନୋଭାବ ଯୋଗୁ ସେଠାରେ ପାଠ୍ୟ କାର୍ଯ୍ୟକ୍ରମ ହୋଇପାରୁନାହିଁ l କାରଣ ବାଣପୁର ବ୍ଳକରେ କାର୍ଯ୍ୟରତ ଥିବା ନିଜ ସ୍ୱାମୀଙ୍କ ସାହସ ଓ ଦବଙ୍ଗଗିରିକୁ ପାଥେୟ କରି ବିଡିଓଙ୍କର ନିର୍ଦେଶକୁ ଅଣ ଦେଖା କରି ଚାଲିଛନ୍ତି ଅଙ୍ଗନବାଡି ଦିଦି l ନୂତନ ଅଙ୍ଗନବାଡି କେନ୍ଦ୍ରକୁ ନଖୋଲି କୋମଳମତି ଶିଶୁମାନଙ୍କ ଲାଗି ଆସୁଥିବା ସରକାରୀ ସାମଗ୍ରୀ ଆଜି ପର୍ଯ୍ୟନ୍ତ ଅନ୍ଯତ୍ର ରଖିବା ଓ ଶିଶୁ ମାନଙ୍କୁ ସଠିକ ଭାବରେ ନ ଦେବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଗ୍ରାମ ଠାରୁ ପ୍ରାୟ ଅଧେ କିଲୋମିଟର ଦୂରରେ ବିପଦ ସଙ୍କୁଳ ବାଲୁଗାଁ ବାଣପୁର ମୁଖ୍ୟ ରାସ୍ତା ଅତିକ୍ରମ କରି କୋମଳମତି ଶିଶୁ ମାନଙ୍କୁ ଚଲାଇ ଚଲାଇ ନେଇ ନିଜକୁ ଖାପ ଖୁଆଇଲା ଭଳି ନିର୍ଧାରିତ ଷୋଳ୍ପ ସମୟ ମଧ୍ୟରେ କେତେ ବେଳେ ଅନ୍ତରକିଆରି ପ୍ରାଥମିକ ବିଦ୍ୟାଳୟ ବାରଣ୍ଡାରେ ତ ଆଉ କେତେବେଳେ ବିପଦ ସଂକଳ ବାର ଗଛ ମୂଳରେ କାର୍ଯ୍ୟକ୍ରମ ସାରି ନିଜ ଘରକୁ ଫେରି ଯିବା ଗ୍ରାମବାସୀ ଓ ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି କରିଅଛି। ଗ୍ରାମବାସୀ ଓ ଅଭିଭାବକ ମାନେ ଏହାର ପ୍ରତିବାଦ କରିଥିବା ସତ୍ତ୍ୱେ ବ୍ଳକ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ସନ୍ତୋଷ ଜନକ ପ୍ରତିକ୍ରିୟା ନମିଳିବାରୁ ଆସନ୍ତା ଦିନରେ ଏହା ଏକ ଜନ ଆନ୍ଦୋଳନ କରିବା ଲାଗି ଗ୍ରାମବାସୀ ଓ ଅବିବାହକ ମନସ୍ଥ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *