ସୋରଡା ୦୮ ନମ୍ବର ୱାର୍ଡ ରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଅବହେଳା ପ୍ରସଙ୍ଗ, ୧୬ ମାସ ହେଲା ଚାଲିଛି ଫାଇଲ ଚାଷ

ଗଞ୍ଜାମ ଜିଲ୍ଲା ସୋରଡା ଏନ ଏ ସି ୦୮ ନମ୍ବର ୱାର୍ଡ ରେ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ର ନିର୍ମାଣ ଅବହେଳା ପ୍ରସଙ୍ଗ କୁ ନେଇ ଆହେତୁକ ଅବହେଳା କରାଯିବା ଘଟଣା ଅଞ୍ଚଳରେ ଅସନ୍ତୋଷ ପ୍ରକାଶ କରିବା ସହ ବର୍ତମାନ ମାମଲା ଯାଇ ପହଞ୍ଚିଛି କେନ୍ଦ୍ର ମହିଳା ଓ ବାଲବିକାଶ ମନ୍ତ୍ରାଳୟ, ଭାରତ ସରକାରଙ୍କ ନିକଟରେ। ସୋରଡା ୦୮ ନମ୍ବର ୱାର୍ଡ ର କାଉନ୍ସିଲର ଏ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ କାର୍ଜ୍ୟାଳୟ ସମେତ ରାଜ୍ୟ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ କୁ ବାରମ୍ବାର ଲିଖିତ ଅଭିଯୋଗ କରିବା ପରେ ଭାରତ ସରକାରଙ୍କ ମହିଳା ଓ ବାଲ ବିକାଶ ମନ୍ତ୍ରାଳୟ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଭାରତ ସରକାରଙ୍କ ଏହି ବିଭାଗ ତରଫରୁ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ କମିଶନର ତଥା ସଚିବ ଙ୍କୁ ଏ ନେଇ ତଦନ୍ତ କରିବା ସହ ଅବହେଳା କରିଥିବା ଅଧିକାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମନ୍ତ୍ରାଳୟ କୁ ସୂଚନା ଦେବା ପାଇଁ ନିର୍ଦେଶ ଆସିଛି। ସୋରଡା ୦୮ ନମ୍ବର ୱାର୍ଡ ରେ ଆଜି ଯାଏଁ ଏକ ଅଙ୍ଗନବାଡି କେନ୍ଦ୍ର ନଥିବା ବେଳେ ଏହା ସ୍ଥାନୀୟ ଏକ୍ସ ବୋର୍ଡ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ୦୯ ୱାର୍ଡ ଅଙ୍ଗନବାଡି କେନ୍ଦ୍ର ସହ ମିସିକି ରହିଛି। ଗୋଟିଏ ଅଙ୍ଗନବାଡି କେନ୍ଦ୍ର ରେ ଦୁଇଟି କେନ୍ଦ୍ର ଚାଲିବା ସମ୍ଭବ ହେଉନି।ଏପରିକି ବସିବା ପାଇଁ ଜାଗା ସହ ପିଲାଙ୍କ ଖାଇବା ପାଇଁ ଜାଗା ନହିଁ। ବର୍ଷା ଦିନେ ଏଠାରେ ପର୍ଯ୍ୟାପ୍ତ ପରିମାଣ ରେ ପାଣି ଗଳୁଛି। କାଗଜପତ୍ର ରଖିବା ପାଇଁ ଜାଗା ଟିକେ ନାହିଂ। ଅସ୍ଵାସ୍ଥ୍ୟକର ପରିବେଶ ରେ ରହିଛି ଏହି କେନ୍ଦ୍ର। ଦୁଇଟି ଅଙ୍ଗନବାଡି କେନ୍ଦ୍ର ରେ ପାଖାପାଖି ୪୫ ରୁ ଉର୍ଦ୍ଧ ପିଲା ଆସୁଛନ୍ତି। ପ୍ରାଥମିକ ବିଦ୍ୟାଳୟ ର ଦୁଇଟି ପରିଶ୍ରଗାର ଥିବା ଯୋଗୁଁ ଅତ୍ୟନ୍ତ ଦୁର୍ଗନ୍ଧ ରେ ଏହି କେନ୍ଦ୍ର ରେ ପିଲାମାନେ ରହୁଛନ୍ତି। ପିଲାଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ର ବ୍ୟବସ୍ଥା ନାହିଂ। ଏପରି ଅବ୍ଯବସ୍ଥା ରେ ଏହି କେନ୍ଦ୍ର ରହିଥିବା ବେଳେ ଏହାର ପୁନ୍ନଉଧାର ଓ ମରାମତି ହୋଇପାରୁନି। ଏପରିକି ୦୮ ୱାର୍ଡ ରେ ନୂତନ କେନ୍ଦ୍ର ଟିଏ ନିର୍ମାଣ ପାଇଁ ଏଠାକାର କାଉନ୍ସିଲର ଦାବି କରିଆସୁଛନ୍ତି। ଗତ ବର୍ଷ ଚିଠି ନମ୍ବର ୦୪/୨୨ ତାରିଖ ୦୩/୦୮/୨୨ ରେ ଏଠାକାର କାଉନ୍ସିଲର ଗଞ୍ଜାମ ଜିଲ୍ଲାପାଳ, କାର୍ଯ୍ୟନିର୍ବାହୀ ଅଧିକାରୀ, ଏନ ଏ ସି ସୋରଡା, ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଓ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ଙ୍କୁ ନୂତନ କେନ୍ଦ ନିର୍ମାଣ ପାଇଁ ଦାବି କରିଥିଲେ। ଏହାପରେ ସୋରଡା ଏନ ଏ ସି ତରଫରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଅର୍ଥ ବ୍ୟୟବରାଦ ମଧ୍ୟ କରାଗଲା। ଏବଂ ଆଜକୁ ୧୬ ମାସ ହେଲାଣି କାଗଜ ପତ୍ର ରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଚାଲିଛି। ଏହାପରେ ଚିଠି ନମ୍ବର ୨୫/୨୩ ପ୍ରକାରେ ତାରିଖ ୧୪/୦୭/୨୩ ରେ ବ୍ୟାପକ ଅବହେଳା କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ବ୍ୟକ୍ତିଗତ ସଚିବ, ରାଜ୍ୟ ମୁଖ୍ୟମନ୍ତ୍ରୀ,ମହିଳା ଓ ଶିଶୁକଲ୍ୟାଣ ବିଭାଗ ସଚିବ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ଏବଂ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି କୁ ଚିଠି ଲେଖି ଏନ ଏ ସି ର ଅବହେଳା ସମ୍ପର୍କରେ ଅବଗତ କରାଯିବା ସହ ଭାରତ ସରକାରଙ୍କ ମହିଳା ଓ ବାଲ ବିକାଶ ମନ୍ତ୍ରାଳୟ ଙ୍କୁ ଅବଗତ କରଯାଇଥିଲା। ଏହାପରେ ପୁଣିଥରେ କିଛି ଦିନ କାଗଜ ଚାଷ ଚାଲିଲା। ଖବର ପ୍ରସାରଣ ହେଲା ପରେ ଜିଲ୍ଲା ପ୍ରଶାସନ ତରଫରୁ ତପ୍ତରତା ପ୍ରକାଶ ପାଇଲା ଏବଂ ଶୀଘ୍ର ନିର୍ମାଣ କରାଯିବା ପାଇଁ ମଧ୍ୟ ପ୍ରତିଶୃତି ଦିଆଗଲା। ଏହାକୁ ପୁଣିଥରେ ଗୋଟିଏ ମାସ ବିତିଗଲାଣି। ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ଖାଲି ଫାଇଲ ଚାଷ ରେ ସୀମିତ ରହିଛି। ବର୍ତମାନ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତିକ୍ରିୟା ପ୍ରକାଶପାଇଛି। କେନ୍ଦ୍ର ମହିଳା ଓ ବାଲ ବିକାଶ ମନ୍ତ୍ରାଳୟ ତରଫରୁ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ ଙ୍କୁ ଏହାର ତଦନ୍ତ କରିବା ପାଇଁ ନିର୍ଦେଶ ଆସିବା ସହ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଆସିଛି। କେନ୍ଦ୍ର ବାଲବିକାଶ ମନ୍ତ୍ରାଳୟ ଅଭିଯୋଗ ନମ୍ବର ୧୦୯୨୯୩ ପ୍ରକାରେ ଏହାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି। ସି ପି ଜି ଆର ମେ ଏସ ମିଳିଥିବା ଅଭିଯୋଗ ପ୍ରକାରେ ୧୫/୦୭/୨୩ ରେ ସୋରଡା ୦୮ ନମ୍ବର ୱାର୍ଡ କାଉନସିଲର ନିଜ ୱାର୍ଡ ରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ଦାବି କରିବା ସହ ଆବଶ୍ୟକ ସୁବିଧା ସୁଯୋଗ ପାଇଁ ଦାବି କରିଥିଲେ ଯାହା ଏଯାବତ ନିର୍ମାଣ ହୋଇପାରିନାହିଂ ବୋଲି ଚିଠି ରେ ଦର୍ଶଯାଇଛି। ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ହୋଇଥିବା ବେଳେ ଏହା କେନ୍ଦ୍ର ସରକା ଅନୁଦାନ ପ୍ରଦାନ କରନ୍ତି ଏବଂ ଏହା ସୁପରିଚାଳନା, ପ୍ରଶାସନିକ କ୍ଷମତା,ଓ ଯୋଜନା ର ସଫଳ ରୂପାୟନ ର ଗୁରୁ ଦାଇତ୍ଵ ସମ୍ପୃକ୍ତ ରାଜ୍ୟସରକାରଙ୍କ କ୍ଷମତା ପରିସର ମଧ୍ୟ ରେ ରହିଥିବା କହିଛି ମନ୍ତ୍ରାଳୟ । ତେଣୁ ରାଜ୍ୟସରକାର ଏଥିପ୍ରତି ଦାଇତ୍ଵବାନ ହେବା ଦରକାର। ତେଣୁ ଏହି ଅଭିଯୋଗ ସମ୍ପର୍କରେ ତଦନ୍ତ କରିବା ସହ ଅଙ୍ଗନବାଡ଼ି କେନ୍ଦ୍ର ରେ ଦିଆଯାଉଥିବା ସମସ୍ତ ସେବା ର ନୀତି ନିୟମ ଓ ନିର୍ଦେଶବଳୀ ପ୍ରକାରେ ହେଉଛି ନା ନହିଁ ଏବଂ ଅଭିଯୋଗ ର ତୁରନ୍ତ ସମାଧାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ସହ ବାଲବିକାଶ ମନ୍ତ୍ରାଳୟ କୁ ସୂଚନା ଦେବା ପାଇଁ ନିର୍ଦେଶ ଆସିଛି। ଏ ସମ୍ପର୍କରେ ମନ୍ତ୍ରାଳୟ ଭାରତ ସରକାରଙ୍କ ଡେପୁଟି ସେକ୍ରେଟେରି ସୁଖ ଲାଲ ମୀନା, ଓ ରାଜ୍ୟସରକାରଙ୍କ ମହିଳା ଶିଶୁ କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ତଥା ନିର୍ଦେଶକ ଙ୍କ ନିକଟକୁ ମଧ୍ୟ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଆସିଛି। ଗୋଟିଏ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ସୋରଡା ଏନ ଏ ସି କୁ ୧୬ ମାସ ରୁ ଅଧିକ ସମୟ ଲାଗୁଥିବା ବେଳେ ଏହି ସମୟସୀମା ମଧ୍ୟ ରେ କୋଟି କୋଟି ତାଙ୍କ ର ପ୍ରକଳ୍ପ ସରିପାରୁଛି ଏନ ଏ ସି। ଜିଲ୍ଲାପ୍ରଶାସନ ର ଅବହେଳା ଏହି ପରି ଅଧିକାରୀଙ୍କୁ ଅଧିକ ପ୍ରୋଚାହିତ କରୁଥିବା ଏବେ ଅଭିଯୋଗ ହେଉଛି ଏବଂ ମାମଲା ଯାଇ ପହଞ୍ଚିଛି ଭାରତ ସରକାରଙ୍କ ବାଲ ବିକାଶ ମନ୍ତ୍ରାଳୟ ନିକଟ ରେ।