ଅନିରୁଦ୍ଧ ଡ୍ୟାନ୍ସ ଏକାଡେମୀ ତରଫରୁ ଖ୍ୟାତନାମା ନୃତ୍ୟ ଗୁରୁ କ୍ରିଷ୍ଣା ରେଡ୍ଡୀ ଙ୍କୁ ସମ୍ୱର୍ଦ୍ଧନା

ବ୍ରହ୍ମପୁର (ମାନିସ) ପ୍ରିନ୍ସି ଡ୍ୟାନ୍ସ ଗ୍ରୁପ ର ମୁଖ୍ୟ ତଥା ଖ୍ୟାତନାମା ନୃତ୍ୟ ଗୁରୁ କ୍ରିଷ୍ଣା ରେଡ୍ଡୀ ଙ୍କୁ ଅନିରୁଦ୍ଧ ଡ୍ୟାନ୍ସ ଏକାଡେମୀ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିଜିପୁର ମୁଖ୍ୟ ରାସ୍ତା ପାଶ୍ୱର୍ରେ ଅବସ୍ଥିତ ଏକାଡେମୀ ପରିସରରେ ବର୍ତ୍ତମାନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଗ୍ରୀଷ୍ମ କାଳୀନ ପ୍ରଶିକ୍ଷଣ ପ୍ରଦାନ କରାଯିବା ଅବସରରେ ନୃତ୍ୟ ଗୁରୁ କ୍ରିଷ୍ଣା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ତାଲିମ ନେଉଥିବା ଛାତ୍ରଛାତ୍ରୀ ମାନଙ୍କୁ ନୃତ୍ୟ କଳା ର ଆବଶ୍ୟକତା ସମ୍ପର୍କ ରେ ସୂଚନା ଦେଇ ନିଜର ନୃତ୍ୟ କଳା ଜୀବନ ସଂପର୍କ ରେ କହିଥିଲେ । ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ କ୍ରିଷ୍ଣା ନୃତ୍ୟ ର କିଛି କୌଶଳ ଦେଖେଇ ଥିଲେ । ଏକାଡେମୀ ର ମୁଖ୍ୟ ଶିବ ପ୍ରସାଦ ଆଚାରୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବହୁ ଅଭିଭାବକ ଙ୍କ ସହ ନୃତ୍ୟ ପ୍ରେମୀ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଜୁନ ୭ତାରିଖ ରେ ଏହି ପ୍ରଶିକ୍ଷଣ ଶିବିର ଶେଷ ହେବ ।ଏହି ଶିବିର ରେ ପ୍ରାୟ ୩୫ଜଣ ଛାତ୍ରଛାତ୍ରୀ ନୃତ୍ୟ ସହ ଚିତ୍ର, ଯୋଗ ଓ ଅନ୍ୟାନ୍ୟ ତାଲିମ ନେଉଛନ୍ତି । ଗୁରୁ ସୁନିଲ ମାଝୀ, ଭାନୁ ପ୍ରକାଶ, ସସ୍ମିତା ପଣ୍ଡା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *