ଆଙ୍କୁଲାଇ ୟୁଥ କ୍ଲବ ମାନଧତପୁରରେ ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମ ୨୦୨୧ ଆରମ୍ଭ

ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଥିବା ନେହେରୁ ଯୁବା କେନ୍ଦ୍ର ନିର୍ଦ୍ଦେଶ କ୍ରମେ ଆଙ୍କୁଲାଇ ୟୁଥ କ୍ଲବ ମାନଧତପୁରରେ ସ୍ୱଚ୍ଛତା ପକ୍ଷ କାର୍ଯ୍ୟକ୍ରମ ଅଗଷ୍ଟ ୧ ରୁ ଆରମ୍ଭ ହୋଇଛି ।ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟକୁ ଆଧାର କରି କ୍ଲବର ସଦସ୍ୟମାନେ ଗାନ୍ଧିଜୀଙ୍କ ସ୍ଵପ୍ନର ଭାରତ ଗଢିବାକୁ ମନେ ପକାଇ ସ୍ୱଚ୍ଛତା ଶପଥ ପାଠ କରିଥିଲେ। ଏହା ପରେ ଭାରତ ସରକାରଙ୍କ ନୟାଗଡ଼ ବ୍ଲକ ଜାତୀୟ ଯୁବ ସ୍ୱେଚ୍ଛାସେବୀ ଶଶୀଭୂଷଣ ମିଶ୍ର ସ୍ୱଚ୍ଛତା ବିଷୟରେ ଆଲୋକପାତ କରିଥିଲେ ଓ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୁଝେଇଥିଲ ଏବଂ ଆମ ଚତୁପାଶ୍ଵକୁ ପରିଷ୍କାର ରଖିବା, ସ୍ୱଚ୍ଛତା ଏକ ବଡ ଅଭିଯାନ ,ସମସ୍ତେ ଏଥିରେ ଦିଅ ଯୋଗଦାନ ,ଗାନ୍ଧିଜୀଙ୍କ ସ୍ଵପ୍ନର ଭାରତ ଗଢିବା ଆଦି ନାରା ଲଗାଯାଇଥିଲା ଏବଂ ଏହା ପରେ ପଂଚାୟତର ବିଭିନ୍ନ ଅଞ୍ଚଳରେ ସଫେଇ କାର୍ଯ୍ୟକ୍ରମ ଚାଲିଥିଲା । ଏହା ଅଗଷ୍ଟ ୧୫ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ସଚେତନତା କାର୍ଯ୍ୟକ୍ରମରେ ଶକ୍ତି ପ୍ରସାଦ ମିଶ୍ର, ଅମୀୟ ଭୂଷଣ ମିଶ୍ର, ସିତେଶ ରଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ପରିଚାଳନା କରିଥିଲେ |

ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼।

Leave a Reply

Your email address will not be published. Required fields are marked *