କାଶୀପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

କାଶୀପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ଅନ୍ତର୍ଗତ କାଶୀପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଲେଖ ଚରଣ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଶିକ୍ଷାବିତ୍ ଅନନ୍ତ ଚରଣ ଶତପଥୀ ଙ୍କ ଅଧ୍ୟକ୍ଷତାରେ ଜାନୁଆରୀ ମାସ ଦଶ ତାରିଖ ଅପରାହ୍ନ ରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗଁଦିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାତ କୁମାର ନାୟକ, ମୁଖ୍ୟ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖଣ୍ଡବନ୍ଧ ର ଅତିଥି ଶିକ୍ଷକ ହରିହର ସାହୁ, ସମ୍ମାନିତ ଅତିଥି ଭାବେ ଗଁଦିଆ ବ୍ଳକ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ସ୍ବାଇଁ, ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ସଂଗ୍ରାମ କିଶୋର ଶତପଥୀ, ଶିକ୍ଷାବିତ୍ ସଞ୍ଜୟ କୁମାର ସାମନ୍ତ, ବୀରକିଶୋର ନାୟକ, ଅକ୍ଷୟ କୁମାର ମିଶ୍ର, ପ୍ରତାପ ଚନ୍ଦ୍ର ବାରିକ, ବୀରେନ୍ଦ୍ର କୁମାର ସାମନ୍ତ, ନନ୍ଦ କିଶୋର ବେହେରା, ଯୁଗଳ କିଶୋର ଦାଶ, ପ୍ରାକ୍ତନ ପରିଚାଳନା ପରିଷଦ ସଭାପତି ବାସୁଦେବ ଶତପଥୀ, ପରିଚାଳନା ପରିଷଦ ସଭାପତି ମଳୟ କୁମାର ମଲ୍ଲିକ, ଉପସ୍ଥିତ ହୋଇ ଉଦ୍ ବୋଧନ ଦେଇ ଥିଲେ। ସମାଜ ସେବୀ ସ୍ମୃତି ରଞ୍ଜନ ଦାସ ପିଲାମାନଙ୍କ ପାଇଁ କିଛି ପୁରସ୍କାର ପ୍ରଦାନ କରିଥିଲେ। ଶିକ୍ଷକ ସନ୍ତୋଷ କୁମାର ଖୁଣ୍ଟିଆ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଶ୍ରିନ୍ନିବାସ ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ସକ୍ରୀୟ ସହଯୋଗ କରିଥିଲେ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନା ରାଣୀ ମିଶ୍ର, କଳ୍ପନା ଶତପଥୀ, ଜାନକୀ ମୁଣ୍ଡା, ଶିକ୍ଷକ ପ୍ରଫୁଲ୍ଲ କୁମାର ପରିଡ଼ା। ପରିଚାଳନା ପରିଷଦ ସଦସ୍ୟ ବିଭୁତି ଭୁଷଣ ଶତପଥୀ, ଦିବାକର ତରାଇ ଅର୍ଚ୍ଚନା ଶତପଥୀ, ଅଞ୍ଜଳି ତରାଇ, ଖୁଲଣା ବେହେରା, ପ୍ରାଣକୃଷ୍ଣ ତରାଇ, ସରବିନ୍ଦ ସାହୁ। ବରିଷ୍ଠ ବିଭାଗ ରେ ଗୈାରାଙ୍ଗ ଗଇପଇ, ଦୀପା ମୁଣ୍ଡା, କନିଷ୍ଠ ବିଭାଗ ରେ ସାବିତ୍ରୀ ମୁଣ୍ଡା, ଶଙ୍କର ମୁଣ୍ଡା, ଉପକନିଷ୍ଠ ବିଭାଗ ରେ ସନାତନ ତିରିଆ ଚାମ୍ପିୟାନ ହୋଇ କପ୍ ଓ ସିଲ୍ ଗ୍ରହଣ କରିଥିଲେ। ଏକଶତ ପଚାଶ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *