ଶନିବାରଂପେଟା ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ବ୍ରହ୍ମପୁର ଶନିବାରଂପେଟା ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷର ବାର୍ଷିକ ଉତ୍ସବ ଆଜି ପାଳିତ ହୋଇଯାଇଛି. କରଣ ସାହି କ୍ଲଷ୍ଟରର ସାଧନ କର୍ମୀ ଶ୍ରୀ ପରମେଶ୍ୱର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ବାର୍ଷିକ ଉତ୍ସବ ଅତି ଆଡମ୍ବରରେ ପାଳିତ ହୋଇଯାଇଛି. ରଙ୍ଗେଈଲୁଣ୍ଡା ଗୋଷ୍ଠୀ ଶିକ୍ଷଧିକାରୀ ଶ୍ରୀ ଦେବେନ୍ଦ୍ର ବେହେରା ମୁଖ୍ୟବକ୍ତା ରୂପେ ଛାତ୍ରଛାତ୍ରୀଙ୍କ ଉନ୍ନତି କଳ୍ପେ ଅଭିଭାଷଣ ପ୍ରଦାନ କରିଥିଲେ. ସହ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଜଗନ୍ନାଥ ଭୂୟାଁ ସମ୍ମାନିତ ଅତିଥି ରୂପେ ଯୋଗଦେଇ ବିଦ୍ୟାଳୟର ଉନ୍ନତି କଳ୍ପେ ବକ୍ତବ୍ୟ ପ୍ରଦାନ କରିଥିଲେ. ଗୋଷ୍ଟୀ ଶିକ୍ଷାଧିକାରୀ ଶ୍ରୀ ଦେବେନ୍ଦ୍ର ବେହେରା ବିଦ୍ୟାଳୟର ମୁଖପତ୍ର – ଅକ୍ଷରପତ୍ର ଉନ୍ମୋଚନ କରି ଛାତ୍ରଛାତ୍ରୀମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ. ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ଦାଶ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ ଓ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ. ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ନିହାରିକା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ. ଉକ୍ତ ଉତ୍ସବରେ ଅଭିଭାବକ ମାନେ ବିପୁଳ ସଂଖ୍ୟାରେ ଉପସ୍ଥିତ ରହି ସମ୍ପୂର୍ଣ ସହଯୋଗ କରି ଉକ୍ତ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ. କୃତୀ ଛାତ୍ରଛାତ୍ରୀମାନଙ୍କୁ ଗୋଷ୍ଠୀ ଶିକ୍ଷାଧିକାରୀ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ. ପରିଶେଷରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ. ଉକ୍ତ ଉତ୍ସବରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକ ଓ ଅତିଥିଗଣ ସନ୍ତୋଷ ପ୍ରକଟ କରିଥିଲେ. ପରିଦର୍ଶକ ବିଦ୍ୟାଳୟ ଅଭିଲେଖାରେ ନିଜ ସୁମନ୍ତବ୍ୟ ପ୍ରଦାନ କରିଥିଲେ. ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ର ଶିବାଶଙ୍କର ସ୍ୱାଇଁ ଚଳିତ ବର୍ଷ ବୃତ୍ତି ପାଇଥିବା ଯୋଗୁଁ ଗୋଷ୍ଠୀ ଶିକ୍ଷାଧିକାରୀ ଉକ୍ତ ଛାତ୍ରକୁ ସ୍ୱତନ୍ତ୍ର ପୁରସ୍କାର ସ୍ୱରୂପ କପ ପ୍ରଦାନ କରିଥିଲେ. ପରିଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ନିହାରିକା ପଟ୍ଟନାୟକ ଉପସ୍ଥିତ ସମସ୍ତ ଅତିଥି ଓ ଅଭିଭାବକ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭାପତିଙ୍କ ଦ୍ୱାରା ସଭାସଙ୍ଗ କରାଯାଇଥିଲା.

Leave a Reply

Your email address will not be published. Required fields are marked *