ଚିଲିକା ସଙ୍ଗୀତ ନାଟକ ଏକାଡେମୀର ବାର୍ଷିକ ଉତ୍ସବ

ଚିଲିକା, ବାଲୁଗାଁ ଅଂଚଳର ଚିଲିକା ସଙ୍ଗୀତ ନାଟକ ଏକାଡେମୀର ବାର୍ଷିକ ଉତ୍ସବ ବାଣପୁରସ୍ଥିତ ଶୁଭ ମଙ୍ଗଳ କଲ୍ୟାଣୀ ମଣ୍ଡପ ପରିସରରେ ପାଳିତ ହୋଇଯାଇଅଛି l ମୁଖ୍ୟ ଅତିଥି ଭାବରେ ନାଟ୍ୟକରା ତଥା ନିର୍ଦେଶକ ଡକ୍ଟର ସୁରେନ୍ଦ୍ର ନାଥ ଦାସ, ମୁଖ୍ୟ ବକ୍ତା ସଂଗ୍ରାମ କେଶରୀ ସାହୁ, ସମ୍ମାନୀତ ଭାବରେ ଦହିତ୍ୟିକ ବାଳମୁକୁନ୍ଦ ଦାସ,ବରିଷ୍ଠ ସାମ୍ବାଦିକ ନୃସିଂହ ପ୍ରସାଦ ମିଶ୍ର,ରବିନ୍ଦ୍ର ନାଥ ମାନସିଂହ ପ୍ରମୁଖ ଯୋଗଦେଇ ଏହି ଅନୁଷ୍ଠାନର ଓଡିଶୀ ନୃତ୍ୟର କିପରି ପ୍ରସାର ପ୍ରଚାର ହେବ ସେ ସମ୍ପର୍କ ରେ ଉଦବୋଧନ ଦେଇଥିଲେ l ଓଡିଶୀ ନୃତ୍ୟ ଗୁରୁ ଡକ୍ଟର ମାଧବ ଚନ୍ଦ୍ର ପଲାଇ ଙ୍କ ନିର୍ଦେଶନାରେ କୁନି କୁନି କଳାକାର ଙ୍କ ଦ୍ଵାରା ମଞ୍ଚ ଉପରେ ଓଡିଶୀ ନୃତ୍ୟ ପରିବେଷଣ କରାଯାଇ ଥିଲା l ଏଥିରେ ଅଂଶଗ୍ରହଣ କରିଥିଲେ ଛାତ୍ରୀ ଶୀତଳ, ସାଇପ୍ରୀୟା, ଅପୂର୍ଭା, ମାନ୍ୟମାୟୀ ପ୍ରତୀକ୍ଷା, ଅରୁଷି, ଅନୁଲିପ୍ତା, ହଂସିନୀ, ବିଷ୍ଣୁପ୍ରିୟା, ସାଧନା, ରିତାଞ୍ଜଳୀ, ଅଲିଶାରାଣୀ ଗାୟତ୍ରୀ ଓ ମୋନାଲିଶା l ବାଲୁଗାଁ ଓ ବାଣପୁର ମାଟି ହେଉଛି କଳା ଓ ସଂସ୍କୃତିର ମାଟି l ଏଠାରେ ବହୁ ବଡ ବଡ କଳାକାର ମାନେ ରାଜ୍ୟ, ଦେଶ ଓ ବିଦେଶରେ ମଧ୍ୟ୍ୟ କଳା ପଦର୍ଶନ କରି, ଏହି ମାଟିର ଗୌରବ ଆଣି ଦେଇଛନ୍ତି l ଏହି ଯେମିତି ଓଡିଶୀ ନୃତ୍ୟ ଗୁରୁ ଡକ୍ଟର ମାଧବ ଚନ୍ଦ୍ର ପଲାଇ ହେଉଛନ୍ତି ଏହି ମାଟିର ସୁପୁତ୍ର, ପିଲାଟି ଦିନରୁ ଓଡିଶୀ ଶିକ୍ଷା ଅଧୟନ କରି ଓ ସେଥିରେ ସେ ଡକରେଟ ଉପାଧି ହାସଲ କରିଥିଲେ l ପରିଣତ ବୟସରେ ମଧ୍ୟ ସେ ପାଦରେ ଘୁଙ୍ଗୁର ବାନ୍ଧି ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ l ସଙ୍ଗୀତ ନିର୍ଦେଶକ ସରୋଜ କାନ୍ତ ସାସମଲଙ୍କ ନିର୍ଦେଶନାରେ ଅନୁଷ୍ଠାନର କଣ୍ଠଶିଳ୍ପୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଓ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ l ବିଶିଷ୍ଟ ଓଡିଶୀ ଓ ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ଓ ଗୁରୁ ଉମା ମିଶ୍ର, ଅଜିତ ମିଶ୍ର ଓ ସଙ୍ଗୀତ ଦିର୍ଦେଶକ ଗୌରାଙ୍ଗ ଚରଣ ମୁଦୁଲିଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରହଇଥିଲା l ଏହି ଚିଲିକା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଭିକାରି ଚରଣ ପ୍ରଧାନ ଓ ସମ୍ପାଦିକା ସୁନିତା ଜେନା ଓ ସହ ସମ୍ପାଦକ ବିରଞ୍ଚି ନାରାୟଣ ପ୍ରଧାନ କାର୍ଯ୍ୟକ୍ରମକୁ ସୁଚାରୁ ରୂପରେ ପରିଚାଳନା କରିଥିଲେ l