କଟକପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ।

ବ୍ରହ୍ମଗିରି , ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ବେଣ୍ଟପୁର ପଂଚାୟତ ଅଧିନ କଟକପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ 2025 ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବ୍ଲକ ସହ ଶିକ୍ଷା ଅଧିକାରୀ କୁମର ପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ପ୍ରଧାନ ଶିକ୍ଷୟତ୍ରୀ ଦମୟନ୍ତୀ କାନୁନଗୋ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ପରେ ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା ନାଚ, ଗୀତ, ଗଣିତ ଦୌଡ, ଦୌଡି ଡିଆଁ,100 ମିଟର ଦୌଡ, କୁଇଜ, ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା।କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥି ସହିତ ବିଦ୍ୟାଳୟର ଛାତ୍ର ଶୁଭ୍ରାଂଶୁ ଶେଖର ବିଶ୍ୱାଳ, ସାଇସୂର୍ଯ୍ୟ ପାଟଶାଣୀ ଛାତ୍ରୀ ସୁଶ୍ରୀ ସୁପ୍ରିତା ପ୍ରଧାନ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ଉତ୍ତିନ୍ନ ହୋଇଥିବାରୁ ଅତିଥି ବୃନ୍ଦ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ଶେଷରେ ବିଦ୍ୟାଳୟର ଆଲୁମିନି ବିଜୟିନୀ ବିଶ୍ୱାଳଙ୍କ ନିର୍ଦେଶନାରେ 18 ଟି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ହୃଦୟସ୍ପର୍ଶୀ ଅଭିନୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ମାଳିନୀ ଦଳାଇ,ବେଣ୍ଟପୁର ସରପଞ୍ଚ ବିଜୟଲକ୍ଷ୍ମୀ ଦଳାଇ, ସି. ଆଇ. ସି. ସି ସସ୍ମିତା ଦାସ,ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପରିଡା,ଶିକ୍ଷକ ନେତା ରାଜକିଶୋର ପ୍ରଧାନ,ୱାର୍ଡ ସଭ୍ୟା ଅନୁସୟା ସେଠି,ଶିକ୍ଷକ ରାଜକିଶୋର ବିଶ୍ୱାଳ, ଭାଗିରଥି ଜେନା, କ୍ଷେତ୍ରମୟୀ ହରିଚନ୍ଦନ,ଜୋତିମୟୀ ନାୟକ,ଗ୍ରାମ କମିଟିର ଅଜୟ ପରିଡା, ମହେଶ୍ୱର ବାରିକ,ବସନ୍ତ ସେଠି ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷୟତ୍ରୀ ଦମୟନ୍ତୀ କାନୁନଗୋଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ରାଜକିଶୋର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *