ପୁରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ

ପୁରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଅନୁଷ୍ଠିତ lଆଜି ପୁରୀ ସହର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉର୍ତ୍ସବ ଅନୁଷ୍ଠିତ ହୋଇଯାଇଛି ଏହି ଉର୍ତ୍ସବକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପଶ୍ରୀ ପଟ୍ଟନାୟକଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥିଭାବେ ପୁରୀ ସଦର ବିଧାୟକ ସୁନୀଲ କୁମାର ମହାନ୍ତି,ଫିଜିକାଲ ଏଜୁକେଶନ ଅଫିସର ମହେନ୍ଦ୍ର କୁମାର ବିଶ୍ୱାଳ, ବିଦ୍ୟାଳୟ ଆଲୁମିନ ପ୍ରେସିଡେଣ୍ଟ ରୀନାମଣୀ ସାହୁ, ଏସଏମସି ପ୍ରେସିଡେଣ୍ଟ ସୂର୍ଯ୍ୟନାଥ ପୂଜାପଣ୍ଡାଙ୍କ ସହିତ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଏବଂ smc ମେମ୍ବରଙ୍କ ସହିତ କାର୍ଯ୍ୟକ୍ରମ ର ଶୁଭଉଦଘାଟନ କରିଥିଲେ l ବିଦ୍ୟାଳୟ ର ଛାତ୍ରୀମାନଙ୍କ ଦ୍ୱାରା ମାରାମଚଣ୍ଡୀଙ୍କ ମନ୍ଦିରରୁ ମଶାଲ କୁ ଶୋଭାଯାତ୍ରା ରେ ଖେଳପଡ଼ିଆକୁ ଅଣାଯାଇଥିଲା l ମୁଖ୍ୟ ଅତିଥି ବିଧାୟକ ସୁନୀଲ ମହାନ୍ତି ଉତ୍ତୋଳନ କରି କ୍ରୀଡା ଉର୍ତ୍ସବର ଉଦଘାଟନ କରିଥିଲେ l ଏହି ଉର୍ତ୍ସବରେ ବିଦ୍ୟାଳୟ ର ଛାତ୍ରୀମାନେ ରାଜ୍ୟରେ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣକରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା l ପରେପରେ ବିଧାୟକ ସୁନୀଲ ମହାନ୍ତି କ୍ରୀଡାରେ ଅଂଶଗ୍ରହଣ କରିଥିବା ଛାତ୍ରୀମାନଙ୍କ ସହିତ ମିଶି ଖେଳାଳି ମାନଙ୍କୁ ଉର୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ କୌଣସି କାରଣ ରୁ ଅନୁପସ୍ଥିତ ରହିଥିଲେ ମଧ୍ୟ ମୋବାଇଲ ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ lଏହି କାର୍ଯ୍ୟକ୍ରମ କୁ କ୍ରୀଡା ଶିକ୍ଷୟିତ୍ରୀ ପ୍ରିୟମ୍ବଦା ଜେନାଙ୍କ ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀଙ୍କ ସହିତ କର୍ମଚାରୀ ଓ ଛାତ୍ରୀମାନେ ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *