ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋଛା ରେ ପାଳିତ ହୋଇଛି ବାର୍ଷିକ ଉତ୍ସବ।

ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ୍ ଗୋଚ୍ଛା ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୋଛା ରେ ପାଳିତ ହୋଇଛି ବାର୍ଷିକ ଉତ୍ସବ।ଏହି କାର୍ଯ୍ୟକ୍ରମ ରେ 63 ନମ୍ୱର୍ ଜୋନ ଜିଲ୍ଲାପରିଷଦ ସଭ୍ୟ ସମରେନ୍ଦ୍ର କୁମାର୍ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଗୋଛା ପଞ୍ଚାୟତ ସରପଞ୍ଚ ତ୍ରିଲୋଚନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।ଏହି କର୍ଯ୍ୟକର୍ମ ରେ ଜିଲ୍ଲାପରିଷଦ ନିଜ ଅଭିଭାଷଣ ରେ ପିଲାମାନେ କିପରି ଭବିଶ୍ୱତ ରେ ଜଣେ ଜଣେ ଉତ୍ତମ ନାଗରିକ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିବେ ସେଥି ପ୍ରତି ଶିକ୍ଷକ ଓ ଅଭିଭାବକ ଗୁରୁତ୍ଵ ଦେବା ଆବଶ୍ୟକ ବୋଲି କହିଥିଲେ ଓ ପରେ ପ୍ରତିଯୋଗିତା ଭାଗ ନେଇଥିବା ପିଲାମାନଙ୍କୁ ସମ୍ମାନ ପତ୍ର ବଣ୍ଟନ କରିଥିଲେ । ସମସ୍ତ ଶିକ୍ଷକ,ବିଦ୍ୟାଳୟ କମିଟି ସଦସ୍ୟ ଅନିଲ କୁମାର ପଟ୍ଟନାୟକ,ପ୍ରତାପ ପଟ୍ଟନାୟକ,ରବି ପଟ୍ଟନାୟକ ଶଙ୍କର ପରିଡ଼ା ଉପସ୍ଥିତ ଥିଲେ ।

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *