ବଟେଶ୍ଵର ନୋଡାଲ ସ୍କୁଲ୍ ପକ୍ଷରୁ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

କୋଣାର୍କ,୨୪.୦୧- କୋଣାର୍କ ନିକଟସ୍ଥ ବାଲିଦୋକାନସ୍ଥିତ ବଟେଶ୍ଵର ନୋଡାଲ ସ୍କୁଲ୍ ପକ୍ଷରୁ ମଙ୍ଗଳବାର ବିଦ୍ୟାଳୟ ଖେଳ ପଡିଆ ମଣ୍ଡପରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ରାୟଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ କାକଟପୁର ଶିକ୍ଷା ମଣ୍ଡଳ ଅଧିକାରୀ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ଜେନା, ସମ୍ମାନିତ ଅତିଥି ଭାବେ ସହ ମଣ୍ଡଳ ଶିକ୍ଷାଧିକାରୀ ସୁଶ୍ରୀ ପଙ୍କଜିନୀ ଦେଇ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ହରେକୃଷ୍ଣ ମହାନ୍ତି , ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷୟତ୍ରୀ ତଥା ପୁରୀ ସଦର ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷାଧିକାରୀ ଶ୍ରୀମତି ସ୍ୱର୍ଣ୍ଣଲତା ତ୍ରିପାଠୀ, ପୁରାତନ ଛାତ୍ର ସଂଘର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ପଣ୍ଡା, ଅଧ୍ୟାପକ ପଙ୍କଜ ପ୍ରସାଦ ପରିଡା, ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ, ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା ସହ ସେମାନଙ୍କୁ ଉତ୍ତମ ଚରିତ୍ର ଓ ଛାତ୍ର ହେବା ପାଇଁ ମାର୍ଗଦର୍ଶନ ଦେଇଥିଲେ। ପ୍ରାରମ୍ଭରୁ ଅତିଥି ମାନଙ୍କ ଦ୍ଵାରା ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ, ଅତିଥି ମାନଙ୍କୁ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପୁଷ୍ପଗୁଛ ଓ ଉପଢ଼ୌକନ ପ୍ରଦାନ ସହ ସମ୍ମାନୀତ କରଯାଇଥିଲା, ବିଦ୍ୟାଳୟର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ଗାନ କରି ଅତିଥିଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସହକାରୀ ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ମୁଦୁଲି ବିଦ୍ୟାଳୟର ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ତଥା କବୟିତ୍ରୀ ସସ୍ମିତା ତ୍ରୀପାଠୀ କବିତା ଓ ଛନ୍ଦ ମାଧ୍ୟମରେ ଅତିଥିଙ୍କ ପରିଚୟ ଦେବା ସହ ମଞ୍ଚ ସଂଯୋଜନା କରିଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ବର୍ଗ ଓ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇ କୃତକାର୍ଯ୍ୟ ହୋଇଥିବା ପ୍ରାୟ ୧୫୦ଜଣ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। କ୍ରୀଡ଼ା ପ୍ରତିଯୋଗୀତା, ଶକ୍ତି କ୍ଲବ୍ ପକ୍ଷରୁ ବିଭିନ୍ନ ପ୍ରତିଯୋଗୀତା କୃତି ଛାତ୍ରଛାତ୍ରୀଙ୍କ ସହ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀରେ ସଫଳ ପରୀକ୍ଷାର୍ଥୀ, ସ୍କାଉଟ୍ସ ଓ ଗାଇଡ୍ସ ରେ ଜିଲ୍ଲା ସ୍ତରୀୟ କ୍ୟମ୍ପୋରିରେ ଭାଗ ନେଇ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷ ପର୍ଯ୍ୟାୟରେ ବିଦ୍ୟାଳୟର କୁନାକୁନି ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ଓ ଗୀତ ପରିବେଷଣ କରାଯାଇଥିଲା। ଏହି ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ସହ ଅଭିଭାବକ ମାନେ ମଧ୍ୟ ଯୋଗଦେଇଥିଲେ। ଏହି ଉତ୍ସବରେ ଶିକ୍ଷୟତ୍ରୀ ରାଜଶ୍ରୀ ଦାଶ, ଶ୍ରୁତି ସ୍ମୃତି ସାହୁ, ପୁଷ୍ପଲତା ବିଶ୍ବାଳ, ପ୍ରିୟଙ୍କା ସେଠୀ, ଅନନ୍ୟା ପ୍ରିୟଦର୍ଶିନୀ, ସ୍ବପ୍ନାରାଣୀ ବେହେରା, ପ୍ରଣତି ସାହୁ, ଦେବକୀ ପରିଡ଼ା, ସୁକାନ୍ତି ଦେଇ, ଦିପ୍ତିମୟୀ ଦାସ, ପ୍ରିୟଦର୍ଶିନୀ ସାହୁ, ଶିକ୍ଷକ ତପନ ପାଢୀ, ମନୋଜ ସାହୁ, ରାଜକିଶୋର ସେନାପତି, ବିଶ୍ୱଜିତ୍ ରାଉତରାୟ ଓ କର୍ମଚାରୀ ଅମରି ଦେଇ ଏବଂ ବିଚିତ୍ରାନନ୍ଦ ମିଶ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *