ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପୁରୁଣା ବଜାର, ଭଦ୍ରକ ରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

ଭଦ୍ରକ,୨୮-୦୨- ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପୁରୁଣା ବଜାର, ଭଦ୍ରକ ରେ ଆଜି ଜାତୀୟ ବିଜ୍ଞାନ ଦିବସ ଅବସରରେ ଶିକ୍ଷାବର୍ଷ୨୦୨୨-୨୩ରେ ଅନୁଷ୍ଠିତ ହୋଇ ଯାଇଥିବା ବିଭିନ୍ନ ପ୍ରତିଯୋଗିତା ସହିତ ବାର୍ଷିକ କ୍ରୀଡା ସମାରୋହ ର ପ୍ରମାଣ ପତ୍ର ସହିତ ପୁରସ୍କାର ମାନ ପ୍ରଥମ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୬୭ଜଣ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିବା ସହିତ ପ୍ରତ୍ୟେକ ବର୍ଗର ଶ୍ରେଷ୍ଠ ପ୍ରତିଭାଗୀ ମାନଙ୍କୁ ମଧ୍ୟ ପ୍ରମାଣ ପତ୍ର ସହିତ ପୁରସ୍କାର ଦିଆଯାଇଛି।ଉକ୍ତ ବାର୍ଷିକ ପୁରସ୍କାର କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପରିଚାଳନା ସମିତି ର ସଭାପତି ଶ୍ରୀଯୁକ୍ତ ବିଜୟ କୁମାର ବହଳୀ, ସମ୍ପାଦକ ଶ୍ରୀଯୁକ୍ତ ଶିବଶଙ୍କର ଦାସ, କୋଷାଧ୍ୟକ୍ଷ ଶ୍ରୀମତୀ ଶକୁନ୍ତଳା ଦାସ ଉପସ୍ଥିତ ରହିଥିଲେ।ବିଦ୍ୟାଳୟ ର ବରିଷ୍ଠ ଆଚାର୍ଯ୍ୟ ଅଶୋକ କୁମାର ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହ ପ୍ରଧାନଆଚାର୍ଯ୍ୟ ମଦନ ମୋହନ ମହାନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ଗୋବିନ୍ଦ ଚନ୍ଦ୍ର ପତି, ଓ ଲକ୍ଷ୍ମୀଧରନାୟକ ପରିଚାଳନା କରିଥିଲେ।ପରିଶେଷରେ ରଙ୍ଗାଧର ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତ ସେବାବ୍ରତୀ ଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ ଟି ସରସ ସୁନ୍ଦର ହୋଇପାରିଥିଲା।

Leave a Reply

Your email address will not be published. Required fields are marked *