ସିର୍ଲୋ ନବଗ୍ରାମରେ ସହିଦ କୃଷ୍ଣଚନ୍ଦ୍ରଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ।

ରୁଘୁନାଥପୁର …ରଘୁନାଥପୁର ନିକଟସ୍ଥ ସିର୍ଲୋ ନବଗ୍ରାମ ହାଇସ୍କୁଲ ପ୍ରାଙ୍ଗଣରେ ରବିବାର ସହିଦ କୃଷ୍ଣଚନ୍ଦ୍ରଙ୍କ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରେ ହାଇସ୍କୁଲ ପ୍ରାଙ୍ଗରେ ଥିବା ତାଙ୍କ ପ୍ରତିମୂର୍ତ୍ତି ରେ ନିମନ୍ତ୍ରିତ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସୣତିଚାରଣ କରିଥିଲେ।ଏହି ଉତ୍ସବରେ ସି.ଆରପି.ଏଫ. ଡ଼ି ଆଈଜି ଭାରତ ଭୂଷଣ ସେଠୀ ମୁଖ୍ୟ ଅତିଥି ଭାବେଯୋଗ ଦେଇ ସହିଦ କୣଷ୍ଣଚଙ୍କନ୍ଦ୍ର ଙ୍କ ମା ଙ୍କୁ ସମ୍ଭର୍ଦ୍ଧିତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସହିଦ କୃଷ୍ଣ ଚନ୍ଦ୍ର ସ୍ମୁତି କମିଟିର ସଭାପତି ଅମୀର ଖାନ ଯୋଗଦେଇ ସହିଦ ଙ୍କ ବିରତ୍ୱର ଗାଥାକୁ ବଖାଣି ଥିଲେ।ପୂବର୍ତନ ପ୍ରଧାନ ଶିକ୍ଷକ ତଥା ସ୍ତମ୍ବକାର ପ୍ରଦୀପ୍ତ କୁମାର ଆଚାର୍ଯ୍ୟ ସଭା ପରିଚାଳନା କରିଥିବାବେଳେ ଏହି ସଭାରେ ସୁମନ୍ଥ କୁମାର ସାହୂ, ଦେବେନ୍ଦ୍ର ମହାନ୍ତି, ଖଲିଲ ଅହମେଡ଼, ବାବୁଲି ବୋଷ, ରଞ୍ଜନ ଚକ୍ରବର୍ତ୍ତୀ, ପିତାମ୍ବର ବାରିକ, ଶରତ ଦାସ, ଚନ୍ଦ୍ର ସେଖେର ମାଦଳୀ, ପବିତ୍ର ଦାଶ, ସୁଶାନ୍ତ ଭୋଇ, ସୁଶା ଭୋଇ, ଅସିତ ମାଦଳୀ, ଦୀନେଶ ଭୋଇ, ବସନ୍ତ ଭୋଇ, ଇସ୍ମାଇଲ ଖାନ ବାସୁଦେବ ମାଦଳୀ,ଧିରେନ୍ଦ୍ର ସେନାପତି, ଲୋକନାଥ ଦାସ ଙ୍କ ସମେତ ହାଇସ୍କୁଲର ସମସ୍ଥ ଶିକ୍ଷକ, ଶିକ୍ଷତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତରହି ସହଯୋଗ କରିଥିଲେ।ଶେଷ ରେ ସହିଦ ଙ୍କ ବଡ ଭାଇ ସ୍ୟାମସୁନ୍ଦର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସହିଦଙ୍କ ସ୍ମୁତି କୁ ମନେପକେଇ ଏଠାରେ ଏକ ଭାବବିହ୍ୱଳ ପରିବେଶ ସୣଷ୍ଟିହୋଇଥିଲା।

Leave a Reply

Your email address will not be published. Required fields are marked *