ଘୋଡ଼ାବଜାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ ସରସ୍ୱତୀ ଜ୍ଞାନ ମନ୍ଦିରର ୩୦ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

ଘୋଡ଼ାବଜାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଓ ସରସ୍ୱତୀ ଜ୍ଞାନ ମନ୍ଦିର (+୨ ବିଜ୍ଞାନ) ମାଧ୍ୟମିକ ବିଦ୍ୟାଳୟର ୩୦ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଦୁଇଦିନ ଧରି (୧୯ ଓ ୨୦) ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶିଶୁ ବର୍ଗରେ ୬ଟି, ବାଲ୍‌ ବର୍ଗରେ ୮ଟି, କିଶୋର ବର୍ଗ ଓ ତରୁଣ ବର୍ଗରେ ୧୨ଟି ଲେଖାଏଁ ପ୍ରତିଯୋଗିତାରେ ମୋଟ ୧୧୦୦ ଜଣ ପ୍ରତିଭାଗୀ ଭାଗ ନେଇଥିଲେ । ଦୌଡ଼, ଲମ୍ବଡିଆଁ, ଉଚ୍ଚ ଡିଆଁ, ତ୍ରିକୁଦ, ଥାଳିଆ ଫିଙ୍ଗା, ଗୋଳା ଫିଙ୍ଗା, ବର୍ଚ୍ଛା ଫିଙ୍ଗା ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବର ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ଶ୍ରୀ ସ୍ୱାଧୀନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୁରୀ ଜିଲ୍ଲାର ସୁନାମଧନ୍ୟ ଶାରୀରିକ ଶିକ୍ଷା ନିରୀକ୍ଷକ ତଥା ଆଇ.ପି.ଓ ଶ୍ରୀ ମହେନ୍ଦ୍ର କୁମାର ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ଓ କ୍ରୀଡ଼ା ପତାକା ଉତ୍ତୋଳନ କରି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ଅତିଥି ମହୋଦୟ କ୍ରୀଡ଼ାର ମହତ୍ତ୍ୱ ବାବଦରେ ଆଲୋକପାତ କରି କ୍ରୀଡ଼ା କ୍ଷେତ୍ରରେ ଉଚ୍ଚତର ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଂପାଦକ ଶ୍ରୀ ସୀମାଚଳ ପଣ୍ଡା ସ୍ୱାଗତ ଓ ସମ୍ବର୍ଦ୍ଧନା କଣାଇବା ବେଳେ ପ୍ରଧ।ନ ଆଚାର୍ଯ୍ୟ ଶ୍ରୀ ଅରବିନ୍ଦ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ଯୁଗ୍ମ ସଂପାଦକ ଶ୍ରୀ ବିକାଶ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତିଯୋଗିତାର ଦ୍ୱିତୀୟ ଦିବସ (୨୦ ତାରିଖ) ଦିନ ଉଦ୍‌ଯାପନ ଉତ୍ସବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀ ଅଭିମନ୍ୟୁ ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୁରୀ ଜିଲ୍ଲା ସ୍କୁଲର ବରିଷ୍ଠ ଶିକ୍ଷକ ଶ୍ରୀ ବିଦ୍ୟାଧର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ବିଭିନ୍ନ ବିଭାଗରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା ପ୍ରତିଭାଗୀମାନଙ୍କୁ ପଦକ ଓ ପ୍ରମାଣପତ୍ର ଦେଇ ଉତ୍ସାହିତ କରିଥିଲେ । ୫୭ଜଣ ପ୍ରତିଭାଗୀ ପରବର୍ତ୍ତୀ ସଂକଳସ୍ତରକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ଶିଶୁ ବିଦ୍ୟା ମନ୍ଦିର ଓ ଜ୍ଞାନ ମନ୍ଦିରର ସମସ୍ତ ଆଚାର୍ଯ୍ୟ-ଆଚାର୍ଯ୍ୟା, ସ୍କାଉଟ୍‌ ଗାଇଡ, ଜେ.ଆର.ସି. ସେବକ-ସେବିକାମାନେ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଆଚାର୍ଯ୍ୟ ସତ୍ୟନାରାୟଣ ବିଶୋଇଙ୍କ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇଥିଲା ।

Leave a Reply

Your email address will not be published. Required fields are marked *