ପୁଣି ପୁରୀରେ ଅଗ୍ନିକାଣ୍ଡ

ଖଡ଼ିମୂର୍ତ୍ତି ଗୋଦାମରେ ଅଗ୍ନିକାଣ୍ଡ ଘଟି 8 ଲକ୍ଷ ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଆଜି ମଧ୍ୟାହ୍ନ 12 ଟା ରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଖବର ପାଇଁ ଅଗ୍ନିଶମ ବିଭାଗର ଆଠ ଜଣ ଆଗ୍ନିକ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ମାତିତୋଟା ରୋଡ଼ ଗୋଖା ସାହି ଛକ ନିକଟରେ ପ୍ରାଇମେରୀ ସ୍କୁଲ ପାଖ ଖଡ଼ି ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ ଏହାର କାରଣ ଅସ୍ପଷ୍ଟ ରହିଛି ।ତେବେ ସଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।