ପୁଣି ଏକ ଦନ୍ତା ମୃତ, କାରଣ ଅସ୍ପଷ୍ଟ :ବନବିଭାଗର ତଦନ୍ତ ଜାରି

ଭଞ୍ଜନଗର, ୧୩/୦୩- ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ଗମ୍ଭାରୀଗୋଚ୍ଛା ନିକଟରେ ଏକ ହାତୀର ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବନ ବିଭାଗର ଅଧିକାରୀ ମାନେ ପହଞ୍ଚି ଅନୁଧ୍ୟାନ ଆରମ୍ଭ କରିଛନ୍ତି। ମୃତ ହାତୀଟି ଦନ୍ତା ହୋଇଥିବା ଅନୁମାନ କରାଯାଉଛି। ରବିବାର ରାତିରେ ଉକ୍ତ ଅଞ୍ଚଳରେ ୨୨ ଟିକିଆ ହାତୀପଲ ବିଚରଣ କରୁଥିବା ବେଳେ ଆଜି ଏକ ଛୁଆ ଦନ୍ତା ମରିପଡିଥିବା ଦେଖିବାକୁ ମିଳିଛି।
ରିପୋର୍ଟ – ଶିବ ଶଙ୍କର ପ୍ରଧାନ, ଭଞ୍ଜନଗର।