ବ୍ୟାସନଗର ରେ ଦୁର୍ନୀତି ନିବାରଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ

ଦୁର୍ନୀତି ନିବାରଣ ବିଭାଗ, ଯାଜପୁର ଓ ଏନ୍ ସି ସି, ଭି. ଏନ୍. କଲେଜ ର ମିଳିତ ଉଦ୍ଯମରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି l ଆଜି ଦିବା ୯ ଘଟିକା ସମୟରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ଡଃ ସନ୍ତୋଷ କୁମାର ମିଶ୍ର ମୁଖ୍ଯ ଅତିଥିଭାବେ ଯୋଗଦେଇ କାର୍ଯକ୍ରମକୁ ଉଦ୍ଘାଟନ କରିଥିଲେ l ପ୍ରଥମେ ଦୁର୍ନୀତିର ମୂଳୋତ୍ପାଟନ ପାଇଁ କଲେଜର ଏନ୍ ସି ସି ଅଫିସର୍ କ୍ଯାପ୍ଟେନ୍ ପୂର୍ଣ ଚନ୍ଦ୍ର ସ୍ବାଇଁ ସମସ୍ତ ଅତିଥି, କଲେଜର ଅଧ୍ଯକ୍ଷ, ଅଧ୍ଯାପକ ଅଧ୍ଯାପିକା ଅଣଶିକ୍ଷକ କର୍ମଚାରୀ, ଏନ୍ ସି ସି କ୍ଯାଡେଟ୍, ଏନ୍ ଏସ୍ ଏସ୍ ଓ ଓ୍ବାଇ ଆର୍ ସି ଭଲ୍ଯୁଣ୍ଟର୍ ତଥା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ l ମୁଖ୍ଯଅତିଥି ଶ୍ରୀଯୁକ୍ତ ମିଶ୍ର, ସମ୍ମାନିତ ଅତିଥି ଭିଜିଲାନ୍ସ ବିଭାଗର ଡି ଏସ୍ ପି ଶ୍ରୀଯୁକ୍ତ ଶୁସିଲ୍ ଏକ୍କା, ମହାବିଦ୍ଯାଳୟର ଅଧ୍ଯକ୍ଷ ଶ୍ରୀଯୁକ୍ତ ଦିଲ୍ଲିପ କୁମାର ମହାନ୍ତୀ ପ୍ରମୁଖ ବକ୍ତାମାନେ ସମାଜରୁ ଦୁର୍ନୀତିକୁ ହଟାଇବା ପାଇଁ ସମାଜର ସବୁସ୍ତରରେ ଉଦ୍ଯମ ହେବା ଉଚିତ୍ ବୋଲି ମତ ଦେଇଥିଲେ l ବକ୍ତା ମାନଙ୍କର ବକ୍ତବ୍ଯ ଓ ଶପଥ ପାଠ ପରେ ସଚେତନତା ରଥସହିତ ଏକ ବିଶାଳ ରାଲି ର ଆୟୋଜନ କରା ଯାଇଥିଲା l ଏହି ରାଲିରେ ୧୫୦ ଏନ୍ ସି ସି କ୍ଯାଡେଟ୍ ୫୦ ଏନ୍ ଏସ୍ ଏସ୍ ଓ ଓ୍ବାଇ ଆର୍ ସି ଭଲ୍ଯୁଣ୍ଟର୍ ଏବଂ ୨୦୦ ସାଧାରଣ ଛାତ୍ର ଛାତ୍ରୀ ଯୋଗ ଦାନ କରିଥିଲେ l
ଯାଜପୁର ବ୍ୟାସନଗର ଜ୍ୟୋତି ପ୍ରକାଶ ଭୂୟାଁ reporter