ଅନୁକୂଳଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହୋତ୍ସବ

ଜଗତସିଂହପୁର ଜିଲ୍ଲା ସତସଙ୍ଗ ବିହାର ପକ୍ଷରୁ ନବକୃଷ୍ଣ ଷ୍ଟାଡିୟମ ପରିସରରେ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୬ତମ ଜନ୍ମ ମହୋତ୍ସବ ଓ ବଡଦାଙ୍କର ଜଗତସିଂହପୁର ଆଗମନର ୫୦ ବର୍ଷ ପୂର୍ତ୍ତି ସ୍ମରଣତ୍ସଵ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ପରେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ । ସତସଙ୍ଗ ଉତ୍ସବ କମିଟିର ସଭାପତି ଅଭୟ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ପ୍ରଫେସର କେଦାରନାଥ ମହାନ୍ତି, ପୂର୍ବତନ ବିଧାୟକ ଜ୍ୟୋତିଶ ଚନ୍ଦ୍ର ଦାସ,ଦୀକ୍ଷାପତ୍ର କାର୍ଯ୍ୟକ୍ରମର ଜିଲ୍ଲା କୋଅରଡିନେଟର କଳିଙ୍ଗ କେଶରୀ ରଥ, ବିଜୟ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଭାବଧାରା ଉପରେ ଆଲୋକପାତ କରିଥିଲେ ।

ଜଗତସିଂହପୁର ରୁ ରୀତା ସାହୁ

Leave a Reply

Your email address will not be published. Required fields are marked *