“ଅର୍କଶ୍ରୀ” ପକ୍ଷରୁ ତ୍ରିଦିବସୀୟ ଉତ୍କଳ ଦିବସ ପାଳନ
କୋଣାର୍କ:ତା-୦୨/୦୪- କୋଣାର୍କର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଅର୍କଶ୍ରୀ” ପକ୍ଷରୁ ତ୍ରିଦିବସୀୟ ଉତ୍କଳ ଦିବସ ମହାସମାରୋହରେ ପାଳିତ ହେଉଛି । ଅର୍କଶ୍ରୀର ସମ୍ପାଦକ ଉମେଶ ଚନ୍ଦ୍ର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପବିତ୍ର ଉତ୍କଳ ଦିବସର କାର୍ଯ୍ୟକ୍ରମରେ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ଶୋଲାରର ସମ୍ପାଦକ ହରିଶ୍ଚନ୍ଦ୍ର ଦାଶ, ଅଧ୍ୟାପକ ଶରତ ଚନ୍ଦ୍ର ବାରିକ, ସମାଜସେବି ରାଜକିଶ୍ବର ମହାପାତ୍ର, ପ୍ରଫୁଲ୍ଲ ପାତ୍ର, ସାଧୁ ଆଦିତ୍ୟ ଚରଣ ଦାସ ପ୍ରମୁଖ ମଞ୍ଚାସିନ ହୋଇ ଉତ୍କଳ ଦିବସ ପାଳନ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁଖ୍ୟ ପୁରୋଧାମାନଙ୍କ ତୈଳ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଯୋଗଦେଇ ଥିବା ଅତିଥିମାନେ ମଧୁବାବୁଙ୍କ ପରି ସମସ୍ତେ ସ୍ୱାଭିମାନୀ ହୋଇ ଓଡ଼ିଆ ହେବାକୁ ଆହ୍ବାନ ଦେଇଥିଲେ । ଓଡ଼ିଆ ଭାଷା, ଭାଷାର ସୂରକ୍ଷା ଓ କଳା ସଂସ୍କୃତିର ସୂରକ୍ଷା ପାଇଁ ସମସ୍ତେ ଆଗେଇ ଆସିବା ପାଇଁ ଆହ୍ବାନ ଦେଇଥିଲେ । ଉତ୍କଳ ଦିବସର ଦ୍ବିତୀୟ ଦିବସରେ ନାରୀ ଶସକ୍ତିକରଣ ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ନାଗରିକ ମହାମଞ୍ଚ, ରାଜୀବ ଗାନ୍ଧୀ ସୋସିୟାଲ ଓ୍ବଲଫର ଅର୍ଗାନାଇଜେସନ, କୋଣାର୍କ ନାଟ୍ୟ ମଣ୍ଡପ ଓ ମହାବୀର ଭଜନ ଧାରା ସହଯୋଗର ହାତ ବଢାଇଥିଲେ । ଏହି ଅବସରରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିବାବେଳେ ମହାବୀର ଭଜନ ଧାରା ପକ୍ଷରୁ ସନ୍ଧ୍ୟାରେ ଦେଶାତ୍ମବୋଧକ ସଙ୍ଗୀତ ଓ ଭଜନ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରତାପ ରାଉତ ସଂଞ୍ଜୋଜନା କରିଥିବାବେଳେ ବନାଖଣ୍ଡି ସେବା ସମବୟ ସମିତି ଲିଙ୍ଗରାଜ ନାୟକ, ରାଜୀବ ଗାନ୍ଧୀ ସୋସିୟାଲ ଓ୍ବଲଫର ଅର୍ଗାନାଇଜେସନର ସଭାପତି ଅଜିତ୍ କୁମାର ମଲ୍ଲିକ ଅର୍କଶ୍ରୀର ସଂଯୋଜକ ସୁରେଶ୍ଚନ୍ଦ୍ର ସ୍ବାଇଁ, ବରିଷ୍ଠ ନାଗରିକ ମହାମଞ୍ଚର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ।