ବକେୟା ଟି.ଏମ.ସି. ପାଊଣା ଦାବିରେ ୨ୟ ଦିନରେ ସରପଞ୍ଚଙ୍କ ଧାରଣା ।

ଭଣ୍ଡାରିପୋଖରୀ,୧୯ା୭: ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସରପଞ୍ଚମାନେ ଗତ ଶୁକ୍ରବାର ବ୍ଲକ ସମ୍ମୁଖରେ ଟି.ଏମ.ସି. ପାଊଣା ପୈଠ ଦାବିରେ ଚଳାଇଥିବା ଦ୍ୱିତୀୟ ଦିନରେ ଚାଲୁରହିଛି । ସରପଞ୍ଚ ଜଗବନ୍ଧୁ ଦାସ, ବିଜୟ କୁମାର ସ୍ୱାଇଁ, ମନୋଜ କୁମାର ନାୟକ, ସୁବାସ କାଣ୍ଡି, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଧାରଣାରେ ବସିଥିଲେ । ପ୍ରଥମ ଲହର କରୋନା ସଂକ୍ରମଣ କାଳରେ ସରକାରଙ୍କ ନିର୍ଦ୍ଦେଶରେ ପଞ୍ଚାୟତ ଦ୍ୱାରା ପରିଚାଳିତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ବା ଟି.ଏମ.ସି. ପାଇଁ ଖର୍ଚ୍ଚ କରାଯାଇଥିବା ଅର୍ଥ ମଧ୍ୟରୁ ବକେୟା ଥିବା ୮,୫୨୪,୪୫୩ ଟଙ୍କା ପୈଠ ପାଇଁ ଏହି ଧରଣା ଦ୍ୱିତୀୟବାର ଅନୁଷ୍ଠିତ ହୋଇଛି । ବ୍ଲକ ଅଞ୍ଚଳରେ ଥିବା ୨୩ ଯାକ ପଞ୍ଚାୟତର ୪୯ ଟି ଟି.ଏମ.ସି. ଅନ୍ତେବାସୀମାନଙ୍କ ଖାଦ୍ୟ, ସାନିଟେସନ, ତକିଆଖୋଳ, ବେଡସିଟ ଆଦି କ୍ରୟ ସହ ଶୌଚକିଟ୍ କ୍ରୟ ଓ ପରିଚାଳନା ଖର୍ଚ୍ଚ ୧,୨୬,୦୮,୯୪୦ଟଙ୍କା ମଧ୍ୟରୁ ମାତ୍ର ୪୦, ୮୪,୪୮୭ ଟଙ୍କା ପୂର୍ବରୁ ପୈଠ କରାଯାଇଛି । ଏଥିନେଇ ପ୍ରଶାସନ ପକ୍ଷରୁ ଧାରଣାରତ ସରପଞ୍ଚମାନଙ୍କ ସହ କୌଣସି ଆଲୋଚନା କରାଯାଇ ନାହିଁ । ଆଗାମୀ ଦିନରେ ଏହି ଧାରଣାକୁ ଆହୁରି ବ୍ୟାପକ କରାଯିବ ଓ ଆବଶ୍ୟକ ହେଲେ ଏଥିପାଇଁ ଆମରଣ ଅନଶନ କରାଯିବ ବୋଲି ସରପଞ୍ଚମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।