ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘ ର କଳାକାର ମହାସମାବେଶ

ଆନ୍ଧ୍ରପ୍ରଦେଶ ଓଡ଼ିଆ କଳାକାର ମହାସଂଘମ୍ ର କଳାକାର ମହାସମାବେଶ ନିମନ୍ତେ ପ୍ରସ୍ତୁତିକାଞ୍ଚିଲି(ଆନ୍ଧ୍ରପ୍ରଦେଶ), ତା. ୧୭/୦୭ : ଆନ୍ଧ୍ରପ୍ରଦେଶର ଅର୍ଦ୍ଧାଂଶରୁ ଉର୍ଦ୍ଧ୍ବ ଅଞ୍ଚଳରେ ଓଡିଆ ବସତି ରହିଛି । ସେମାନେ ୧୯୩୬ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ସମୟରେ ବିଭାଜିତ ହୋଇଛନ୍ତି। ସେଇ ବିଛିନ୍ନାଞ୍ଚଳବାସୀ ଓଡିଆମାନେ ଆଜି ମଧ୍ଯ ସେଠାରେ ନିଜ ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ ନିଜକୁ ଗର୍ବିତ ମନେ କରୁଛନ୍ତି। କିନ୍ତୁ ପରିତାପର ବିଷୟ ସେଠାକାର ଓଡିଆ କଳାକାରମାନେ ଆନ୍ଧ୍ର ସଂସ୍କୃତି ବିଭାଗ ପ୍ରଦତ୍ତ ସୁବିଧା ସୁଯୋଗରୁ ବଞ୍ଚିତ। ସେଥି ନିମନ୍ତେ ମହାସଂଘମ୍ ର ଓଡିଆ କଳାକାର ମହାସମାବେଶ ଆୟୋଜନ ପାଇଁ ଅଣ୍ଟା ବିଡିଛି। ଆଜି କାଞ୍ଚିଲି ବ୍ଲକ୍ ଅନ୍ତର୍ଗତ ଦୋଳ ଗୋବିନ୍ଦପୁର ବାଲୁକେଶ୍ଵର ମହାଦେବ ମନ୍ଦିର ପରିସରରେ ସଂଘମ୍ ର ସାଧାରଣ ସଂପାଦକ ସୁରେଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ ମହା ସଚୀବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ବୈଠକକୁ ଉଦ୍ବୋଧନ ଦେଇଥିଲେ। ଏଥିରେ କାଞ୍ଚିଲି ବ୍ଲକ୍ ଶାଖା କର୍ମକର୍ତ୍ତା ଚୟନ କରାଯାଇଥିଲା। କାଞ୍ଚିଲି ବ୍ଲକ୍ କମିଟୀ ସଭାପତି ଭାବେ ଖଗେଶ୍ବର ଗୌଡ ଏବଂ ସଂପାଦକ ଭାବେ ଦେବରାଜ ପ୍ରଧାନଙ୍କୁ ମନୋନୀତ କରାଯାଇଥିଲାବେଳେ ନରେନ୍ଦ୍ର ବେହେରା ଉପସଭାପତି, ଜଗନ୍ନାଥ ବେହେରା କୋଷାଧ୍ୟକ୍ଷ, ଦୁର୍ଯ୍ୟୋଧନ ବିଷୋୟୀ ଓ ସୁଦାମ ପ୍ରଧାନ ସହ-ସଂପାଦକ ଏବଂ କାର୍ଯ୍ୟକାରୀ ସଦସ୍ୟ ଭାବେ ପି. କ୍ରୁଷ୍ଣ ପ୍ରଧାନ, ଜାଗିଲି ପ୍ରଧାନ, କାହ୍ନୁଚରଣ ପ୍ରଧାନ, ଦଣ୍ଡାସୀ ପ୍ରଧାନ, ଗଙ୍ଗାଧର ପ୍ରଧାନ, ଯୁଦ୍ଧିଷ୍ଠୀର ଜାନୀ, ବାସୁଦେବ ପ୍ରଧାନ,ସଦାନନ୍ଦ ପ୍ରଧାନ ପ୍ରମୁଖ ଚିତ୍କାର ହୋଇଥିଲେ। ମହାସଂଘମ୍ ରାଷ୍ଟ୍ରୀୟ ଅଧ୍ଯକ୍ଷ ସୀମାନ୍ତ ନଟରାଜ ଡା ତିରୁପତି ସାହୁଙ୍କ ତତ୍ତ୍ବାବଧାନରେ ଏହା ସଂପାଦିତ ହୋଇଥିଲା। ଶ୍ରୀକାକୁଲମ ଜିଲ୍ଲା ସଂପାଦକ ଜଳନ୍ଧର ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କାଞ୍ଚିଲି ବ୍ଲକ୍ ର ବହୁ କଳାକାର ବୈଠକରେ ଉପସ୍ଥିତ ହୋଇଥିଲେ।

Leave a Reply

Your email address will not be published. Required fields are marked *