ରାଜିକାଖୋଲ ଠାରେ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ l

ଚକାପାଦ ୧୩/୩ / ୨୦୨୫ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ଆରାବାକା ଗ୍ରାମ ପଞ୍ଚାୟତର ରାଜିକାଖୋଲ ଠାରେ ତା ୧୧/୦୩/୨୦୨୫ ରିଖରେ ନାମାମୃତ, ଭକ୍ତ ସତସଙ୍ଗ ଆନୂକୁଲ୍ୟ ତରଫରୁ ୩୮ ତମ ବାର୍ଷିକ ଅଷ୍ଟ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଯଜ୍ଞ ଟି ପ୍ରତିବର୍ଷ ଅନ୍ୟ ଅନ୍ୟ ଗାଁ ରେ ହେଉଥିବା ବେଳେ ଏବର୍ଷ ରାଜିକାଖୋଲ ଗାଁ ରେ କରାଯାଇଥିଲା । ଏହି ଯଜ୍ଞ ରେ ଗାୟତ୍ରୀ ପରିବାରର ସମସ୍ତ ସଦସ୍ୟ ଯୋଗଦେଇ ଥିବାବେଳେ ଅନେକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା ଏବଂ ଯଜ୍ଞ ଆରମ୍ଭ ଦିନରରୁ ରୀତିନୀତି ଅନୁସାରେ ପୂଜାଵିଧି ,କରି ନାଳ ରୁ କଳସରେ ଜଳ ଆଣି କୁଞ୍ଜ ଚତୁପାର୍ଶ୍ୱରେ ରଖି ଯାତ୍ରା ହୋଇଥିବା ବେଳେ ଦ୍ୱିତୀୟ ଦିନରେ ନାମ ଆରମ୍ଭ ହୋଇଥିଲା । ତୃତୀୟ ଦିନରେ ନାମ ଶେଷ ହୋଇଥିଲା । ଏହି ଯଜ୍ଞଟି ସମସ୍ତଙ୍କ ସହ ଯୋଗରେ ହୋଇଥିବା ବେଳେ ଏଠାରେ ନାମଯଜ୍ଞ, ଘୃତଯଜ୍ଞ, ଅର୍ଣ୍ଣଯଜ୍ଞ, ଜ୍ଞାନଯଜ୍ଞ ହୋଇଯାଇଛି । ନିତି ନିୟମ ଅନୁସାରେ ସୁନ୍ଦର ଭାବରେ ଆଚାର୍ଯ୍ୟ ପୂଜାରୀ ଚନ୍ଦ୍ର ଶେଖର କହଁର , ବାଳକୃଷ୍ଣ କହଁର ପୂଜା ପାଠ କରିଥିବା ବେଳେ ଜଜମାନ ଭାବେ ଅରୁଣ କହଁର କାର୍ଯ୍ୟ ତୁଲାଇ ସମାପନ କରିଥିଲେ । ଏହି ଯଜ୍ଞ କୁ ଦୂରଦୂରାନ୍ତରରୁ ସଂକୀର୍ତ୍ତନ ମଣ୍ଡଳୀ ୨୯ ଥଳ ଯୋଗଦେଇ ଥିବା ବେଳେ ଯଜ୍ଞ ଦେଖିବାକୁ ଭକ୍ତ ଙ୍କ ପ୍ରବଳ ଜନ ଗହଳି ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଗୁରୁଜୀ ରାଜପତି କହଁର, ଗୌର ଭକ୍ତ ଏକତ୍ରୀ କରଣ ପ୍ରତିଷ୍ଠାତା ଗୁପ୍ତେଶ୍ୱର କହଁର, ନୃସିହ ଠାକୁର ପୂଜାରୀ ମହେଶ୍ୱର ବଗର୍ତ୍ତୀ, ମୁନିସି କହଁର ଏବଂ ଦୂରଦୂରାନ୍ତର ରୁ ଆସିଥିବା ସାଧୁସନ୍ଥ ଆସି ପ୍ରବଚନ ମାଧ୍ୟମରେ ଭକ୍ତ ମାନଙ୍କୁ ଧର୍ମବାଣି ଶୁଣାଇ ଥିଲେ । ଯଜ୍ଞକୁ ସଭାପତି ସିରାସ୍ତ ମଲ୍ଲିକ, ସମ୍ପାଦକ ପିତବାସ କହଁର, ସହ ସମ୍ପାଦକ,ଉପସଭାପତି ସର୍ଶେ କହଁର, ଉପଦେଷ୍ଟା ପବିତ୍ର ମଲ୍ଲିକ, କୋଷାଧକ୍ଷ ପ୍ରଶାନ୍ତ କହଁର,ଏବଂ ଗ୍ରାମର ସମସ୍ତ ବାପା,ମା,ଯୁବକ ଯୁବତୀ ମାନେ ସହ ଯୋଗ କରିଥିଲେ ।