ଆଧ୍ୟାତ୍ମିକ ଗୁରୁ ଅସୀମାନନ୍ଦ ସରସ୍ବତୀଙ୍କ ପରଲୋକ

କଟକ ଅଫିସ,୪।୪: କଟକ ଚହଟା ସ୍ଥିତ ରାମ ନିଗମେଶ୍ୱର ଆଶୟମରେ ମଙ୍ଗଳବାର ଭୋରରେ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ଅସୀମାନନ୍ଦ ସରସ୍ବତୀ ମହାରାଜଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟ ଜନିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ସ୍ବାମୀ ଅସୀମାନନ୍ଦ ସରସ୍ବତୀଙ୍କ ଶେଷ ଦର୍ଶନ ଲାଗି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଚହଟାସ୍ଥିତ ଆଶ୍ରମରେ ପହଞ୍ଚିଛନ୍ତି।

ସ୍ବାମୀ ଅସୀମାନନ୍ଦ ସରସ୍ବତୀ ଜଣେ ଆଧ୍ୟାତ୍ମିକ ଗୁରୁ ଓ ସମାଜ ସଂସ୍କାରକ ଥିଲେ। ସେ ସ୍ବାମୀ ନିଗମାନନ୍ଦ ସରସ୍ବତୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ଶଙ୍କରାଚାର୍ଯ୍ୟଙ୍କଠାରୁ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କରିଥିଲେ। ଏପରିକି ସେ ବିଶ୍ବ ହିନ୍ଦୁ ପରିଷଦର ଜଣେ ମାର୍ଗଦର୍ଶକ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।

Leave a Reply

Your email address will not be published. Required fields are marked *