ମୃତ ରଥ ସେବକ ନକୁଳଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ସହାୟତା ପ୍ରଦାନ

ପୁରୀ ୧୩/୭- ଚଳିତ ବାହୁଡାଯାତ୍ରାରେ ତାଳଧ୍ଵଜ ରଥର ଦଉଡି ହାତରୁ ଖସି ଯିବାରୁ ଗୁରୁତର ଆହତ ହୋଇଥିଲେ ରଥ ସେବକ ନକୁଳ ଭୋଇ। ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା।ଅବସ୍ଥାରେ ସୁଧାର ନ ଆସିବାରୁ ପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ମୃତ ନକୁଳ ଙ୍କ ପରିବାର ଙ୍କୁ ସହାୟତା ଅର୍ଥ ପ୍ରଦାନ କରାଯାଇଛି।ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ନକୁଳ ଙ୍କ ବିଧବା ପତ୍ନୀ ଇନ୍ଦୁ ଭୋଇ ଙ୍କୁ ୩ ଲକ୍ଷ ଟଙ୍କା ର ଅର୍ଥ ରାଶି ପ୍ରଦାନ କରିବା ସହ ସମବେଦନା ଜଣାଇଛନ୍ତି।ଏହି ସହାୟତା ପ୍ରଦାନ ସମୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ,ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, ମୃତ ନକୁଳ ଙ୍କ ପୁତ୍ର କାହ୍ନୁ ଚରଣ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।