ନିମାପଡା ଅଣ୍ଡିଆ ସାହି ଗ୍ରାମରେ ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ନିମାପଡା , ନିମାପଡା ଏନସି ଅନ୍ତର୍ଗତ ଅଣ୍ଡିଆ ସାହି ଗ୍ରାମରେ ପ୍ରତି ବର୍ଷ ପରି ଚଳିତ ବର୍ଷ ନ ଅଷ୍ଟପ୍ରହରୀ ନାମ ଯଂଜ୍ଞ ସଂକୀର୍ତନ ଅନୁଷ୍ଠିତ ହୋଇଯାଇଛି। ଏହି ଅଷ୍ଟ ପ୍ରହରୀ ପାଇଁ ଅଧିବାସ ଦିନ ନୀତି ନିୟମ ଅନୁସାରେ ନାମ କୀର୍ତ୍ତନ କରି ସ୍ୱତନ୍ତ୍ର ଶୋଭାଯାତ୍ରାରେ କଳସ ପାଣି ଆଣି କୁଞ୍ଜରେ ସ୍ଥାପନ କରାଯାଇଥିଲା। ସ୍ଥାନୀୟ ଦକ୍ଷିଣେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ଅଷ୍ଟପ୍ରହରୀ ନାମ ଯଜ୍ଞରେ 16 ସୁନାମଧନ୍ୟ ସଙ୍କୀର୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ତିନି ଧରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରବିବାର ଦିନ ଅଧିବାସ କଳସ ସ୍ଥାପନ କରାଯାଇଥିଲା।ସୋମବାର ଦିନ ଅଷ୍ଟ ପ୍ରହର ନାମ ଯଂଜ୍ଞ ସଂକୀର୍ତନ ଆରମ୍ଭ କରାଯାଇ ମଙ୍ଗଳବାର ଦିନ ଦଧିଭାଣ୍ଡ ଭଞ୍ଜନ ଏବଂ ନଗର କୀର୍ତ୍ତନ କାର୍ଯ୍ୟକ୍ରମ କରାଯାଇଥିଲା। ଷୋଳ ମଣ୍ଡଳ ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ଅଷ୍ଟପ୍ରହରୀ ସଂକୀର୍ତନ କରାଯାଇଥିଲା।ଅଣ୍ଡିଆ ସାହି ଗ୍ରାମବାସୀ ବହୁ ଆଡ଼ମ୍ବର ସହକାରେ ଏହିଅଷ୍ଟପ୍ରହରୀ କାର୍ଯ୍ୟକ୍ରମ କରୁଥିବା ବେଳେ ଆଗାମୀ ଦିନରେ ଆହୁରି ସରସ ସୁନ୍ଦର କରାଯିବ ବୋଲି ସଂକୀର୍ତନ କମିଟି ପ୍ରକାଶ କରିଛନ୍ତି।ମୁଖ୍ୟ ଅଥିତି ଭାବରେ ବିଜେଡି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ ଯୋଗ ଦେଇଥିବା ବେଳେ ଗ୍ରାମର ଶରତ ଚନ୍ଦ୍ର ସାହୁ, ଅକ୍ଷୟ ନାୟକ, ଅଜୟ ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *