ବିଶ୍ଵର କଲ୍ୟାଣ ପାଇଁ ଅଷ୍ଟପ୍ରହର ନାମ ଯଜ୍ଞ ଉଦଯାପିତ

ବିଶ୍ଵର କଲ୍ୟାଣ ପାଇଁ ଅଷ୍ଟପ୍ରହର ନାମ ଯଜ୍ଞ ଉଦଯାପିତ

ଗଣିଆ – ଗଣିଆ ବ୍ଳକ କିଶୋର ପ୍ରସାଦ ପଞ୍ଚାୟତ କାଳିଆପଡା ଗ୍ରାମରେ ଅଷ୍ଟପ୍ରହର ନାମ ଯଜ୍ଞ ଉଦଯାପିତ ହୋଇଯାଇଛି । ତିନି ଦିନ ଧରି ଉତ୍ସବମୁଖର ହୋଇପଡିଥିଲା ଏହି ଗ୍ରାମ । ଗ୍ରାମର ଆବାଳବୃଦ୍ଧବନିତାଙ୍କ ସହଯୋଗରେ ଉଦଯାପିତ ହୋଇଯାଇଛି ଅଷ୍ଟପ୍ରହରୀ ନାମ ଯଜ୍ଞ। ରବିବାର ଅଧିବାସ ହୋଇଥିବା ବେଳେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଗ୍ରାମର ଶତାଧିକ ପୁରୁଷ ଏବଂ ମହିଳା ଏକତ୍ରିତ ହୋଇ ସ୍ଥାନୀୟ ଜଳାଶୟରୁ ଜଳ ସଂଗ୍ରହ କରି ବିଶାଳ

ଶୋଭାଯାତ୍ରାରେ ଯଜ୍ଞ ମଞ୍ଚରେ ପହଞ୍ଚି ଥିଲେ । ସୋମବାର ଠାରୁ ଅଷ୍ଟପ୍ରହର ନାମ ଯଜ୍ଞ ଆରମ୍ଭ ହୋଇଥିବା ବେଳେ । ଦୁଇ ହଜାରେ ଭକ୍ତ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।ମଙ୍ଗଳବାର ନଗର କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନ ହୋଇଛି । ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଭୁ କୃପା ଲାଭ କରିଥିଲେ । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *