23 ତମ ଲୋକନାଟ୍ୟ ମେଳା ରେ ମନ ମୁଗ୍ଧ କଲା ନାଟକ ଗୁମୁରି କାନ୍ଦୁଛି ଗୁମୁଡୁମlହା

ବାଲିଗୁଡା- ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ ନାଟ୍ୟ ଚେତନା ଖୋର୍ଦ୍ଧା ପକ୍ଷରୁ ଆୟୋଜିତ 23 ତମ ଲୋକନାଟ୍ୟ ମେଳା ର ତୃତୀୟ ରଜନୀ ରେ କନ୍ଧମାଳ କଳାବିକାଶ କେନ୍ଦ୍ର ବାଲିଗୁଡା ପକ୍ଷରୁ ନାଟକ ଗୁମୁରି କାନ୍ଦୁଛି ଗୁମୁଡୁମାହା ମଞ୍ଚସ୍ଥ କ ଏହି ନାଟକ ଏକ ମୌଳିକ କାହାଣୀ ବା ସତ୍ୟ ଘଟଣା ଉପରେ ଆଧାରିତ l ନାଟକ କୁ ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ରଚନା ଓ ନିର୍ଦ୍ଦେଶନା ଦେଇଥିବା ବେଳେ ମୂଖ୍ୟ ଭୂମିକା ରେ ଅଭିନୟ କରିଥିଲେ lସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ଚରଣ ବିନ୍ଧାଣୀ ବିଜୟ ଗୋପବନ୍ଧୁ ପ୍ରଧାନ ବିଭିନ୍ନ ଭୂମିକାରେ ପ୍ରଶାନ୍ତ ବୁନା ଜଗନ୍ନାଥ ଶ୍ରୀକୃଷ୍ଣ ବ୍ରହ୍ମା ନନ୍ଦ ଶ୍ରୀକାନ୍ତ କୁସୁମ ବିନି ଦକ୍ଷ ଙ୍କ ନିଖୁଣ ଅଭିନୟ ଉପସ୍ଥିତ ଦର୍ଶକ ଙ୍କୁ ବିମୋହିତ କରିଥିଲା lକନ୍ଧମାଳ ର ଆଦିବାସୀ ଙ୍କ ଜୀବନ ଜୀବିକା କଳା ସଂସ୍କୃତି ପରମ୍ପରା ସାମାଜିକ ଚଳନୀ ଉପରେ ଆଧାରିତ l ଆଦିବାସୀ ଙ୍କ ଜୀବନ ଅତି ସରଳ ଓ ନିର୍ମଳ ଏହି ସରଳତା ଏଠାରେ କାଳ ହୋଇଛି l ଜଙ୍ଗଲ ମୂଳକ ରେ ବସବାସ କରୁଥିବା ଏହି ପୂରାତନ ଅଧିବାସୀ କେତେବେଳେ ପୋଲିସ୍ ଇନ୍ ଫର୍ମର ସନ୍ଦେହ ରେ ମାଓବାଦୀଙ୍କ ଦ୍ଵାରା ହତ୍ୟାର ଶିକାର ହେଉଛନ୍ତି ତ ଆଉ କେତେବେଳେ ମାଓବାଦୀ ସନ୍ଦେହ ରେ ଯବାନ ଙ୍କ ଗୁଳି ରେ ଟଳି ପଡ଼ୁଛନ୍ତି l ଗତ 2016 ମସିହାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଏକ ନିପଟ ମଫସଲ ଗାଁ ଗୁମୁଡୁମାହା ରେ ଏକ ଛlତିଥରା ହୃଦୟ ବିଦାରକ ଘଟଣା ଘଟିଥିଲା ଯାହା କି ସାରା ରାଜ୍ୟରେ ଚାଞ୍ଚଲ୍ୟଖେଳି ଯାଇଥିଲା ଦୁଇ ବର୍ଷର ଶିଶପୁତ୍ର ସମେତ ଏକାଧିକ ଜୀବନ ଯାଇଥିଲା l ଅଟୋ ଯୋଗେ ବାଲିଗୁଡ଼ା ରୁ ଗାଁ କୁ ଫେରୁଥିବା ବେଳେ ମାଓବାଦୀ ଓ ପୋଲିସ୍ ର ଗୁଳିବିନିମୟ ବେଳେ କିଭଳି ଗୁଳିକାଣ୍ଡ ହୋଇଥିଲା ତାପରେ ସରକାର ଙ୍କ ନିଦ କେମିତି ଭାଙ୍ଗିଥିଲା l ଗଣ ହତ୍ୟା କୁ ସବୁ ବର୍ଗ ର ଲୋକେ ନିନ୍ଦା କରିବା ସହିତ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ଗାଁ କୁ ଆସିଥିଲେ l ଗଣହତ୍ୟା ପରେ ଗାଁ ର ଚିତ୍ର କେମିତି ବଦଳି ଥିଲା ତାହା ଚିତ୍ରଣ ହୋଇଛି l ବରିଷ୍ଠ ନାଟ୍ୟକାର ତଥା ନାଟ୍ୟ ଚେତନା ର ପ୍ରତିଷ୍ଠାତା ସୁବୋଧ ପଟ୍ଟନାୟକ ଖୁସି ପ୍ରକଟ କରି କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡ଼ା ର ଉତ୍ତୋରତ୍ତୋର ଉନ୍ନତି କାମନା କରିଛନ୍ତି l
Bhabini Shankar jena reporter