ତିଗିରିଆ ରାଜପରିବାର ଜମି ହଡପ୍ ଅଭିଯୋଗ

ଆଠଗଡ ଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ତିଗିରିଆ ର ଶେଷ ଅଭିଷିକ୍ତ ରାଜାଙ୍କ ଦ୍ବିତୀୟ ପୁତ୍ର ବିକ୍ରମ ପ୍ରତାପ ସିଂଦେଓ ଅଭିଯୋଗ କରିଛନ୍ତି ଯେ ତାଙ୍କ ପିତା ଓ ମାତାଙ୍କ ଥିବା କୋଟି କୋଟି ଟଙ୍କାର ବହୁ ଏକର ଜମିକୁ ତିଗିରିଆ ର ଜନୈକ ଲଳିତକୃଷ୍ଣ ଦାସ ଚଞ୍ଚକତା କରି ତାଙ୍କ ପିତା ଓ ମାତାଙ୍କ ଠାରୁ Power of Attorney ଏବଂ ଇଚ୍ଛାପତ୍ର ହାସଲ କରି ବିକ୍ରି କରୁଥିବା ଖବର ରାଜପରିବାର ଦାୟାଦ ମାନଙ୍କ ନଜରକୁ ଆସିଛି। ତାଙ୍କ ମାତା ରାସମଞ୍ଜରୀ ଦେବୀ ଙ୍କୁ ବୟସାଧୀକ ଏବଂ ଶ୍ରବଣଶକ୍ତି ହ୍ରାସ ହୋଇଥିବା ବେଳେ ସ୍ଥାନୀୟ ତହସିଲଦାର ପ୍ରମୋଦ କୁମାର ଭଲ ଉତ୍କୋଚ ନେଇ ଏହି ଇଚ୍ଛାପତ୍ରକୁ ରେଜିଷ୍ଟ୍ରେସନ କରିଥିବା ଅଭିଯୋଗ କରିଛନ୍ତି ବିକ୍ରମ ପ୍ରତାପ ସିଂଦେଓ। ସେହିଭଳି ରାସମଞ୍ଜରୀ ଦେବୀଙ୍କ ନାମରେ ଥିବା ସୋନପୁର ଜମିକୁ ମଧ୍ୟ ଲଳିତ କୃଷ୍ଣ ଇଚ୍ଛାପତ୍ର କରି ରଖିଛନ୍ତି l
ଏହି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, କୃଷିମନ୍ତ୍ରୀ ତଥା ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କଟକ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଓ ଭିଜିଲାନ୍ସ ଅଧିକ୍ଷକଙ୍କ ପାଖକୁ ପତ୍ର ଲେଖି ଏହାର ତଦନ୍ତ ପାଇଁ ନିବେଦନ କରିବା ସହ କୌଣସି ବ୍ୟକ୍ତି ଏହି ଇଚ୍ଛାପତ୍ର ଧାରୀଙ୍କ ଠାରୁ ରାଜପରିବାର ର କୌଣସି ଜମି କ୍ରୟ ନକରିବା ପାଇଁ ଅନୁରୋଧ କରିଛନ୍ତି।