ଆଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ମାଡ , ୱେବ୍ ମିଡ଼ିଆ ସାମ୍ବାଦିକଙ୍କ ହାତଥିବାନେଇ ଥାନାରେ ଏତଲା

କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ସୁଡ୍ରା ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଶାନ୍ତନୂ କୁମାର ପ୍ରଧାନଙ୍କୁ ସ୍କୁଲ ପରିସରରେ କିଛି ଗ୍ରାମବାସୀ ବିନା କାରଣ ଦର୍ଶାଇ ମରଣାତ୍ମକ ଆକ୍ରମଣ ପରେ ପୁଲିସ ଥାନାରେ ଘଟଣା ପାଇଁ ୱେବ ମିଡିଆର ଦୁଇ ଜଣ ଆଗରୁ ମୋଟା ଅଙ୍କ ଅର୍ଥ ଦାବିକରିଥିବାବେଳେ ସେ ଦେଇ ପାରିନଥିବାବେଳେ ଦୁଇ ମିଡିଆ ଲୋକଙ୍କୁ ଲଗାଇ ମାଡମାରି ଥିବା ଲିଖିତ ଅଭିଯୋଗ ଥାନାରେ କରିଛନ୍ତି ପ୍ରଧାନ ଶିକ୍ଷକ ସାହୁl
ଆମ ପ୍ରଧାନ ଶିକ୍ଷକ ଆମର ଭଲ, ଆମକୁ ଯତ୍ନ ନେବାସହ ଖାଇବା,ପିନ୍ଧିବା ଓ ସବୁ କ୍ଷେତ୍ରରେ ଭଲ କିନ୍ତୁ ଲୋକ ଆମ ସାରଙ୍କୁ ବାଡେଇ ଭଲ କରିନାହାନ୍ତିl ଯେଉଁମାନେ ଏଭଳି କରିଛନ୍ତି ସେମାନେ ଦଣ୍ଡ ପାଇବା ଦରକାର lଆମେ ଚାରିଜଣ ସିସିଏ ସ୍କୁଲ ଓ ହଷ୍ଟେଲ ପିଲାଙ୍କୁ ରୋଷେଇ କରିକି ଦେଇଉଛୁ, ବହୁତ ବର୍ଷ ହେଲା କାମ କରୁଛୁ ଆଜି ଯାବତ ସାର କେବେ ଖରାପ ବ୍ୟବହାର କି କୌଣସି ଖରାପ ଆଚରଣ କରିନାହାନ୍ତି, ଆମେ ଆମର ଦରମା କାଗଜ ଦେବାପାଇଁ ବିଲ କାମ ଶେଷକରି ସନ୍ଧ୍ୟା ସମୟରେ ଆସିଥିଲୁ କିଛି ଗ୍ରାମବାସି ସ୍କୁଲ ଗେଟ ରୁ ସାରଙ୍କୁ ଟାଣିନେଇ ମରଣାତ୍ମକ ଆକ୍ରମଣ କରିବା ଚେଷ୍ଟା କରି ଥିଲେ ବହୁତ ବାଡେଇ ଲହୁ-ଲୁହାଣ କରି ଆମକୁ ମଧ୍ୟ ବାଡେଇ ଥିଲେ l ସେ ପଟେ ଆମ ସାର ଭଲ ଲୋକ ଯୋଉ ମାନେ ଏଭଳି କାଣ୍ଡ ଭିଆଛନ୍ତି ସେମାନଙ୍କୁ ଦଣ୍ଡ ମିଳିବା ଦରକାର l
ପୂର୍ବ ଦିନରେ ଦୁଇଜଣ ୱେବ୍ ସାମ୍ବାଦିକ ବନବାସୀ ପ୍ରଧାନ ରିପୋର୍ଟର ଟୁଡେ ଅନ୍ୟ ଜଣକ ହେଲେ ସୁରେଶ କୁମାର ପଣ୍ଡା ଉତ୍କଳ ନେଉସଏହି ଦୁଇ ଜଣ ମୋତେ ମୋଟା ଟଙ୍କା ଡିମାଣ୍ଡ କରିଥିଲେ ମୁଁ ଦେଇ ନ ଥିଲି ସେମାନେ ଗ୍ରାମର କିଛି ଯୁବକକୁ ମୋ ନାମରେ ଶିଖେଇ ଶନିବାର ଦିନ ସଂଧ୍ୟା ସମୟରେ ଦରମା କାଗଜ ନେଇ ରୋଷୀଆ ମା ମାନେ ଆସିଥିଲେ ମିଛରେ କିଛି ଗ୍ରାମବାସୀ ମୁଁ ସ୍କୁଲ ଚାଉଳ ବିକ୍ରିକରିବା ସହ ମହିଳାଙ୍କ ସହ ଖରାପ ସମ୍ପର୍କ ରାଖୁଥିବା କହି ଆକ୍ରମଣ କରିବା ସହ ଆମେ ଯାହା କହିବୁ ତାକୁ ମାନିବାକୁ ବାଧ୍ୟ ନଚେତ ଜୀବନରେ ମାରିଦେବୁ କହିଧମକ ଦେଇ ଯୁବକଙ୍କ ହାତରେ ଖୁବ ମାରପିଟ କରିଥିଲେ l ସେ ନେଇ ମୁଁ ପୋଲିସ ଥାନାରେ ଏତଲା କରିଛି l
ପ୍ରଧାନ ଶିକ୍ଷକ ମାଡଖାଇଥିବା ସତ ପ୍ରକୁତରେ ଘଟଣା ପଛରେ କିଏ ଦେଇ ତାକୁ ପୁଲିସ ତଦନ୍ତ କରି କେଉଁ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା l

Leave a Reply

Your email address will not be published. Required fields are marked *