ବାଲିଗୁଡ଼ା ଏନ୍ଏସିରେ ସାଂସଦଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ

ବାଲିଗୁଡ଼ା:ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ବାସୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ । ପ୍ରଥମେ ବାଲିଗୁଡ଼ାର ୫୯ ନଂ ଜାତୀୟ ରାଜପଥ କଡ଼ରେ ଥିବା ପୁରାତନ ଶ୍ମଶାନର ମୋଡେଲ୍ କ୍ରେମେଟୋରିୟମ୍ ର ଶୁଭ ଉଦ୍ଘାଟନ କରିବା ପରେ ସଭାଗୃହ ସମ୍ମୁଖରେ ବନ୍ଦେ ଉତ୍କଳ ଜନନୀ ସେଲ୍ଫି ଯୋନ୍,ପୋଷ୍ଟ ଅଫିସ୍ ଛକ ନିକଟରେ ବିଜୁ ଫୁଡ୍ କୋର୍ଟ ଓ ମାର୍କେଟ କମ୍ପ୍ଲେକ୍ସ,ବିଜୁ ଫିଟନେସ୍ ହବ୍, ବସ୍ ଷ୍ଟାଣ୍ଡ୍ ନିକଟ ପୋଖରୀରେ ଭାସମାନ ଶିବ ମୂର୍ତ୍ତି,ମୋ ବାଲିଗୁଡ଼ା ସେଲ୍ଫିଯୋନ୍ ସମେତ ମିଶନ୍ ଶକ୍ତି ଗୃହର ଶୁଭ ଉଦ୍ଘାଟନ କରିଛନ୍ତି କନ୍ଧମାଳ ସାଂସଦ ।

ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ସମେତ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର, ସାଂସଦ ପ୍ରତିନିଧି ଟୁନା ଦାସ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବାଲିଗୁଡ଼ା ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ,ଉପାଧ୍ୟକ୍ଷା ଶାନ୍ତିଲତା ନାୟକଙ୍କ ସମେତ ସମସ୍ତ ଓ୍ବାର୍ଡ କାଉଁସିଲର ଉପସ୍ଥିତ ଥିଲେ । ଏହି ପ୍ରକଳ୍ପ ମାଧ୍ୟମରେ ବାଲିଗୁଡ଼ା ସହରର ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଛି ଏବଂ ଅଞ୍ଚଳବାସୀ ବେସ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।
Bhabani Shankar jena reporter