ସାଳନ୍ଦୀ ଜୁନିଅର କଲେଜରେ ଯୁବ ଓଡିଶା/ନବୀନ ଓଡିଶାର କ୍ରୀଡା ପ୍ରତିଯୋଗିତାର ଶୁଭ ଉଦଘାଟନ ଉତ୍ସବ

ଉତ୍ତରବାହିନୀସ୍ଥ ସାଳନ୍ଦୀ ଜୁନିଅର କଲେଜ ପରିସର ରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ର ତୃତୀୟ ପର୍ଯ୍ୟାୟରେ କ୍ରୀଡ଼ା ବିଭାଗର ବିଭିନ୍ନ ପ୍ରତିଯୋଗିତାର ଶୁଭ ଉଦଘାଟନ ଉତ୍ସବ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମ ର ନୋଡାଲ ଅଫିସର ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ସାମଲ କାର୍ଯ୍ୟକ୍ରମ ସଂପର୍କ ରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏହି ସଭାରେ ସଭାପତିତ୍ବ କରିଥିଲେ ଅଧ୍ୟକ୍ଷ ପ୍ରାଧ୍ୟାପକ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ପାଣିଗ୍ରାହୀ। କଲେଜ ର ପ୍ରାକ୍ତନ ପ୍ରାଧ୍ୟାପିକା ମିନତୀ ରାଉତ ମୁଖ୍ଯ ବକ୍ତା ଭାବରେ ଯୋଗ ଦେଇ ଖେଳର ଉପଯୋଗିତା ସଂପର୍କ ରେ ଉଦବୋଧନ ଦେଇ ଥିଲେ। ଡିଗ୍ରୀ କଲେଜ ର ଅଧ୍ୟକ୍ଷା ରାଜଶ୍ରୀ ନାୟକ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇ ଥିଲେ। କ୍ରୀଡ଼ା କାର୍ଯ୍ୟକ୍ରମ ର ସଂଯୋଜିକା ଅଧ୍ୟାପିକା ମଧୁମିତା ସ୍ବାଇଁ, ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ଶୁଭକାନ୍ତ କୁଅଁର ଅତିଥି ପରିଚୟ କରାଇଥିଲେ।ଖେଳ ଶିକ୍ଷକ ଶ୍ରୀଯୁକ୍ତ ହୃଷିକେଶ ବେହେରା ପିଲାମାନଙ୍କୁ ଶପଥ ପାଠ କରାଇ ଖେଳ ପରିଚାଳନା କରିଥିଲେ।ଅଧ୍ୟାପକ ଶ୍ରୀଯୁକ୍ତ ସୁଭାଶିଷ ଭଟ୍ଟାଚାର୍ଯ୍ୟ ମଧ୍ଯ ଖେଳ ପରିଚାଳନାରେ ସହାୟତା କରିଥିଲେ। ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ଦାସ, କୁଦୁସିଆ ଜମାଲ୍, ରବୀନ୍ଦ୍ର କୁମାର ପାଢୀ, ମନମୋହନ ସାହୁ, ସାଦବ୍ କାଦ୍ରୀ ଆଦି ସଭାକାର୍ଯ୍ୟରେ ସହାୟତା କରିଥିଲେ।ରାମଚନ୍ଦ୍ର ସାହୁ, ସଂଯୁକ୍ତା ପାଢୀ,ସୁଷମା ସାହୁ,ବବିତା ମହାନ୍ତି,ଅଧ୍ୟାପିକା ଅଳକା ସାହୁ ମଧ୍ଯ ଖେଳର ଉପଯୋଗିତା ସଂପର୍କରେ ବିସ୍ତ୍ରୁତ ଆଲୋଚନା କରିଥିଲେ। ଅମର କୁମାର ପରିଡା, ପ୍ରଭାତ ପ୍ରଧାନ, କୁଳମଣି ନାଥ ଆଦି ସଭା ପରିଚାଳନାରେ ସହଯୋଗ କରିଥିଲେ।