ଅଗ୍ନିଶ୍ରମ ଗାଡି ଧକ୍କାରେ ଅଟୋ ଓଲଟିବା ସହିତ ଚାଳକ ଗୁରୁତର

ଅଗ୍ନିଶ୍ରମ ଗାଡି ଧକ୍କାରେ ଅଟୋ ଓଲଟିବା ସହିତ ଅଟୋ ଚାଳକ ଗୁରୁତର ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଦଣ୍ଡପଦର ପେଟ୍ରୋଲପମ୍ପ ନିକଟରେ ।ସୂଚନା ମୁତାବକ ସନ୍ଧ୍ୟା ସମୟରେ ନିଜ ପରିବାର ସଦସ୍ୟଙ୍କୁ ଆଣିବା ପାଇଁ ମହାସିଙ୍ଗ ଯାଉଥିବା ବେଳେ ସାମନା ପଟରୁ ଆସୁଥିବା ଟ୍ରକକୁ ଦେଖି ଚାଳକ ଅଟୋଟିକୁ ସ୍ଲୋ କରିଥିଲା ହେଲେ ବିନା ସାଇରନରେ ଆସୁଥିବା ଅଗ୍ନିଶ୍ରମ ଗାଡି ହଠାତ ତାଙ୍କ ଅଟୋକୁ ପଛ ପଟରୁ ଧକ୍କା ଦେବାରୁ ଅଟୋ ଓଲଟିବା ସହିତ ଚାଳକ ଅଟୋ ଭିତରେ ଚାପି ହୋଇଥିଲେ କିଛି ବାଟ ଆଗକୁ ଯିବାପରେ ଅଗ୍ନିଶ୍ରମ ବାହିନୀ ଗାଡି ପୁଣି ଥରେ ଫେରିଆସି ଅଟୋ ଚାଳକଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲା ।ଯେହେତୁ ନୂଆଙ୍ଗା ବ୍ଲକ ମହାସିଙ୍ଗ ନିକଟସ୍ଥ କକାବୁଡା ମନ୍ଦିର ପାଖରେ NH59 ଜାତୀୟ ରାଜପଥ ଉପରେ ଗଛ ପଡ଼ି ରାସ୍ତା ଅବରୋଧ ଖବର ଶୁଣି ଅଗ୍ନିଶ୍ରମ ବାହିନୀ ଗାଡି ଯିବା ସମୟରେ ଦୁର୍ଘଟଣା ଘଟାଇ ଥିବା କହିଛନ୍ତି ଅଟୋ ଚାଳକ ।ଅନ୍ୟ ପକ୍ଷରେ ଅଟୋ ଡ୍ରାଇଭର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଛନ୍ତି ।ଖବର ପାଇବା ବାଲିଗୁଡ଼ା ଥାନା ଅଧିକାରୀ ଘଟଣାର ତଦନ୍ତ କରିଥିବା ଦେଖିବାକୁ ମିଳିଛି ।ସାଧାରଣରେ ବର୍ତ୍ତମାନ ଏକ ପ୍ରଶ୍ନ ରାସ୍ତା ଅବରୋଧ ହଟେଇବାକୁ ଯାଇ ସାଧାରଣ ଧନ ଜୀବନ ନଷ୍ଟ କରିବା କେତେ ଯୁକ୍ତି ସଂଗତ ।ଘଟଣା ତଦନ୍ତ ସାପେକ୍ଷ ଅଟେ ।

ଭବାନୀ ଶଙ୍କର ଜେନା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *