ଅଟୋ–ସ୍କୁଟି ଧକ୍କା, ଜଣେ ମୃତ, ଦୁଇ ଜଣ ଗୁରୁତର

ଖଲ୍ଲିକୋଟ–୧୮/୧୨–ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ର ସିଙ୍ଗଡାପଲ୍ଲୀ ଠାରେ ଆଜି ଅପରାହ୍ନ ରେ ଏକ ଅଟୋ ଓ ସ୍କୁଟି ମଧ୍ୟରେ ଧକ୍କା ହୋଇ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।ମିଳିଥିବା ସୂଚନା ଅନୁଯାୟୀ, କେଶପୁର ରୁ ଏକ ଡାଲା ଅଟୋ ନମ୍ବର ଓଡ଼ି ୦୭ ୟୁ ୭୧୦୫ ରେ କାଗଜ ପ୍ଲେଟ ବୋଝେଇ କରି ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ରୁ ସିଙ୍ଗଡାପଲ୍ଲୀ ଗ୍ରାମ କୁ ଯିବା ପାଇଁ ବୁଲାଉଥିବା ବେଳେ ପଛପଟୁ ଏକ ସ୍କୁଟି ଆସି ଧକ୍କା ଦେଇଥିଲା ।ଅଟୋ ଓ ସ୍କୁଟି ମଧ୍ୟରେ ଧକ୍କା ହେବା ପରେ ଅଟୋ ଟି ଓଲଟି ପଡିଥିଲା ।ଫଳରେ ଅଟୋ ରେ ବସିଥିବା ଜଣେ ଶ୍ରମିକ ଭୂତସରସିଂ ଗ୍ରାମର ସନ୍ତୋଷ କୁମାର ପାତ୍ର ଏବଂ ସ୍କୁଟି ନମ୍ବର ଓଡ଼ି ୦୨ ଏକେ ୬୨୪୬ ରେ ବସିଥିବା କନକା ଗ୍ରାମର ଜୀବନ ନାୟକ ଓ ପେଣ୍ଡୁରାପଲ୍ଲୀ ଗ୍ରାମର ପ୍ରଦୀପ କୁମାର ସାହୁ ଗୁରୁତର ଆହତ ହୋଇଥିଲେ । ୩ ଗୁରୁତର ଆହତ ଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତା ରେ ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା ।ସେଠାରେ ଅଟୋ ରେ ବସିଥିବା ଶ୍ରମିକ ସନ୍ତୋଷ ପାତ୍ର ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।ଅନ୍ୟ ଦୁଇ ଗୁରୁତର ଥିବା ଜୀବନ ଓ ପ୍ରଦୀପ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା ।ଖବର ପାଇ ଖଲ୍ଲିକୋଟ ପୋଲିସ ପହଞ୍ଚି ମୃତଦେହ କୁ ଜବତ କରିଛି । ଦୁର୍ଘଟଣା ପରେ ଅଟୋ ଡ୍ରାଇଭର ଫେରାର ହୋଇ ଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *