ଧାମନଗରରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ

ଭଦ୍ରକ :୧୧/୧୦ : ଭଦ୍ରକ ଜିଲା ଧାମନଗର ବ୍ଲକର ବିଭିନ୍ନ ଦୁର୍ଗା ମଣ୍ଡପରେ ଆଜିଠାରୁ ଶାରଦୀୟ ଦୁର୍ଗାପୂଜା କରୋନା କଟକଣା ତଥା କୋଭିଡ଼ ଗାଇଡ଼ଲାଇନ୍ ମଧ୍ୟରେ ଆରମ୍ଭ ହୋଇଛି । ଆଜି ମା’ଙ୍କ ମହା ସପ୍ତମି ପୂଜା ଆରମ୍ଭ ହୋଇଥିବାରୁ ବିଭିନ୍ନ ପୂଜା ମଣ୍ଡପରେ ଘଟସ୍ଥାପନ କରାଯିବାପରେ ଯଥା ରିତୀନୀତିରେ ମା’ଙ୍କ ପୂଜା ଆରମ୍ଭ ହୋଇଛି । ଧାମନଗର ସ୍ଥିତ ମେଡ଼ିକାଲ ବଜାର, ଦକ୍ଷିଣବାଡ଼, ସୋହଡ଼ା, କରଦା, ଖଙ୍ଗରା, ଖରାଖାଇ, ଇଛଦା, କଲ୍ୟାଣୀ, ମାଙ୍କିଡ଼ିଆ, ବରମପୁର, ଦୋବଲ, ଅଲ୍ଲୀନଗର, ରାମେଶ୍ୱରପୁର, ଆନନ୍ଦପୁର ଆଦି ସ୍ଥାନ ମାନଙ୍କରେ ମା’ଙ୍କ ମୃଣ୍ମୟୀ ମୁର୍ତ୍ତି ନିର୍ମାଣ କରାଯାଇ ପୂଜା ଅର୍ଚ୍ଚନା ଆରମ୍ଭ ହୋଇଛି ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।