ପଟସରାରେ ରଜମଉଜ ଆୟୋଜନ କଲା ଅବିନାଶ ଚାରିଟେବଲ ଟ୍ରଷ୍ଟ

ପଟସରା-୧୬/୬-ଜଗତସିଂହପୁର ସଦର ମହକୁମା ସଂଲଗ୍ନ ପଟସରା ଗ୍ରାମ ପଂଚାୟତର ଡ଼ିହପଟସରା ଗ୍ରାମରେ ରଜଉତ୍ସବ ଖୁବ ପ୍ରଭାବି ଢଙ୍ଗରେ ପାଳିତ ହୋଇଛି। ସ୍ଥାନୀୟଅଂଚଳର ଅବିନାଶ ଚାରିଟେବଲ ଟ୍ରଷ୍ଟର ଆୟୋଜନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଶତାଧିକ କୁନି କୁନି ଝିଅ ଓ କିଶୋରୀମାନେ ଯୋଗ ଦେଇ ନାଚ ଗୀତ‌ ପୁଞ୍ଚି ଖେଳ ଓ ଦୋଳିରେ ଭରପୁର ଆନନ୍ଦ ଉପଭୋଗ କରିଥିଲେ |

ଶାନ୍ତ ସରଳ ସଂସ୍କୃତି ମନସ୍କ ପଲ୍ଲୀ ଜୀବନରେ ଏହି ରଜମଉଜ କାର୍ଯ୍ୟକ୍ରମ ଆଣିଦେଇଛି ଏକ ନିଆରା ଅନୁଭବ |ଏହି କର୍ଯ୍ୟକ୍ରମରେ ସରପଞ୍ଚ ପ୍ରମୁଖ ରାଉତ, ମୁଖ୍ୟ ଅତିଥି ବରିଷ୍ଠ ସାମ୍ବାଦିକ ସରୋଜ ନାୟକ ମୁଖ୍ୟବକ୍ତା ସାମ୍ବାଦିକ ସୁବାସ ସ୍ୱାଇଁ ଯୋଗଦେଇଥିଲେ |ଶୁଭଲଷ୍ମୀ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |ଟ୍ରଷ୍ଟର ଅଧକ୍ଷା ଅଳକା ସ୍ୱାଇଁ ସଂଯୋଜନା କରିଥିଲେ |ଏପରି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଂଚଳରେ ପ୍ରଶଂସା କରାଯାଇଛି।

ପଟସରାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *