ଯାଜପୁର ରୋଡ଼ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ରେ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧ ରେ ସଚେତନତା

ଯାଜପୁର ରୋଡ଼ ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟ ରେ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧ ରେ ସଚେତନତା ଅଭିଯାନ l ରାଜ୍ୟରେ ତମାଖୁ ଓ ଅନ୍ୟ ନିଶା ସାମଗ୍ରୀ ଉପରେ ରୋକ ଲଗାଇବା ପାଇଁ ସରକାର ଙ୍କ ତରଫରୁ ବିଭିନ୍ନ ପ୍ରକାର ନୂଆ ଅବକାରୀ ନୀତି ଅଵଲମ୍ବନ କରାଯାଉଛି l ଏଥିନିମନ୍ତେ ସାରା ରାଜ୍ୟରେ ବିଶ୍ୱ ତମାଖୁ ଦିବସ ଠାରୁ ଜୁନ ୨୬ତାରିଖ ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ କରାଯିବା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି l ଏହାକୁ ଆଖି ଆଗରେ ରଖି ଯାଜପୁର ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଡୋଲୀପୁର ଅବକାରୀ ବିଭାଗ ପକ୍ଷରୁ ଯାଜପୁର ରୋଡ ଟ୍ରକ ଓନର ଆସୋସିଏସନ କାର୍ଯାଳୟ ଠାରେ ନିଶା ନିବାରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଅବକାରୀ ଅଧିକାରିଣୀ ଅନିତା ଓଝା ଓ ଯାଜପୁର ଆର ଟି ଓ କାର୍ଯାଳୟ ର ଏମ ଭି ଆଇ ପ୍ରଦୀପ କୁମାର ସେଠି ପ୍ରମୁଖ ଯୋଗ ଦେଇ ନିଶାମୁକ୍ତ ଯାଜପୁର ଗଠନ କରିବା ଦିଗରେ ଅଗ୍ରସର ହେବା ସହିତ ଡ୍ରାଇଭର ମାନଙ୍କୁ ଗାଡି ଚଳାଇବା ସମୟରେ ନିଶା ଠାରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ l ଏଥି ସହିତ ଯାଜପୁର ଏମ ଭି ଆଇ ବାଇକ ଆରୋହୀ ମାନଙ୍କୁ ନିଜର ସୁରକ୍ଷା ପାଇଁ ସଚେତନ ଥିବା ବ୍ୟକ୍ତି ବେଶେଷ ଙ୍କୁ ହେଲମେଣ୍ଟ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଯାଜପୁର ପରିବହନ ବିଭାଗ, ଅବକାରୀ ବିଭାଗ, ଯାଜପୁର ରୋଡ଼ ଟ୍ରକ ମାଲିକ ସଂଘ ର ସମସ୍ତ ସଦସ୍ୟ ଙ୍କ ସମେତ ଅନେକ ବ୍ୟକ୍ତି ବେଶେଷ ମାନେ ଉପସ୍ଥିତ ଥିଲେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ