ଏନସିସି ଦ୍ଵାରା ସଚେତନତା ସାଇକଲ ଶୋଭାଯାତ୍ରା

କଟକ, [୧୨/୦୩/୨୦୨୫]: ଓଡ଼ିଶା ଏନସିସି ନିର୍ଦ୍ଦେଶାଳୟ ଅନ୍ତର୍ଗତ କଟକ ଗ୍ରୁପ ଜାତୀୟସମର ଶିକ୍ଷାର୍ଥୀ ବାହିନୀ ଆନୁକୁଲ୍ୟରେ ସାରା ରାଜ୍ୟରେ ସଚେତନତା ଏବଂ ସାମାଜିକ ଦାୟିତ୍ୱବୋଧ କୁ ପ୍ରୋତ୍ସାହିତ କରିବା ପାଇଁ ଏକ ବୃହତ ସାଇକଲ ରାଲିର ଉଦଘାଟନ ସମାରୋହ ପୁରୀ ଜିଲ୍ଲା ଠାରେ କଟକ ଏନସିସି ଗ୍ରୁପର ଗ୍ରୁପ କମାଣ୍ଡର କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି l ମୁଖ୍ୟ ଅତିଥି ଭାବରେ କର୍ଣ୍ଣେଲ ସ୍ୱାଇଁ ଯୋଗଦେଇ ପତାକା ପ୍ରଦର୍ଶନ କରି କ୍ୟାଡେଟ ମାନଙ୍କୁ ଉତ୍ସାହିତ କରି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ।ଚଳିତ ମାର୍ଚ୍ଚ ମାସ ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ୨୦ ଦିନ ବ୍ୟାପୀ ଓଡିଶାର ୧୫ଟି ଜିଲ୍ଲା ପରିକ୍ରମା କରି ଆସନ୍ତା ଏପ୍ରିଲ ମାସ ୨ ତାରିଖରେ କଟକ ଏନସିସି ଗ୍ରୁପ୍ ମୁଖ୍ୟାଳୟରେ ଠାରେ ପହଞ୍ଚିବ lପ୍ରଥମ ଓଡ଼ିଶା ମେଡିକାଲ କମ୍ପାନୀ ଏନସିସିର କମାଣ୍ଡିଂ ଅଫିସର ମେଜର ଆଶୁତୋଷ ତ୍ରିପାଠି, ୨୦ ଜଣ ଏନସିସି କ୍ୟାଡେଟ ଏବଂ ୧୦ ଜଣ ଏନସିସି କର୍ମଚାରୀଙ୍କୁ ନେଇ ଏହି ସାଇକଲ ଶୋଭାଯାତ୍ରା ସଡ଼କ ସୁରକ୍ଷା ସଚେତନତା, ପରିବେଶ ସଂରକ୍ଷଣ, ସାଇବର ସୁରକ୍ଷା, ମହିଳାସଶକ୍ତିକରଣ, ନିଶା ନିବାରଣ ସଚେତନତା , ଏନସିସି ତଥା ସଶସ୍ତ୍ର ବାହିନୀରେ ନିଯୁକ୍ତିସୁଯୋଗ ବିଷୟରେ ପ୍ରଚାର ପ୍ରସାର କରିବା ସହ ଯୁବ ଶକ୍ତି ଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖିଛି। କ୍ୟାଡେଟମାନେ ଦୀର୍ଘ ୮୫୦ କିଲୋମିଟର ଦୂରତା ଅତିକ୍ରମ କରି, ରାଜ୍ୟର ପ୍ରମୁଖ ସହରମାନଙ୍କରେ ଆୟୋଜିତ ହେବାକୁ ଥିବା ଆଲୋଚନା ସଭାରେ ଯୋଗଦେଇ ଛାତ୍ର, ଯୁବକ ଏବଂ ସ୍ଥାନୀୟ ସମ୍ପ୍ରଦାୟ ସହିତ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛିl କ୍ୟାଡେଟମାନଙ୍କୁ ଜିଲ୍ଳାର ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦେବାର କାର୍ଯ୍ୟକ୍ରମରହିଛି l

ଏହି କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ , ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ପୋଲିସ କର୍ତ୍ତୃପକ୍ଷଙ୍କ ମିଳିତ ସମନ୍ୱୟରେ ପରିଚାଳିତ ହେଉଛି । ଏହି ପଦକ୍ଷେପ ବିଷୟରେ କହିବାକୁ ଗଲେ, NCC କଟକର ଗ୍ରୁପ୍ କମାଣ୍ଡର କର୍ଣ୍ଣେଲ ସତ୍ୟବ୍ରତ ସ୍ୱାଇଁ କହିଛନ୍ତି, “ଏହି ସାଇକ୍ଲୋଥନ୍ କେବଳ ଏକ ଯାତ୍ରା ନୁହେଁ; ଏହା ସମ୍ପ୍ରଦାୟକୁ ପ୍ରେରଣା, ଶିକ୍ଷିତ ଏବଂ ସଶକ୍ତ କରିବା ପାଇଁ ଏକ ମିଶନ। “କ୍ୟାଡେଟ୍ମାନେ NCC ର ସେବା, ଶୃଙ୍ଖଳା ଏବଂ ନେତୃତ୍ୱର ମନୋଭାବକୁ ପ୍ରତିପାଦନ କରୁଛନ୍ତି।”ଏହି କାର୍ଯ୍ୟକ୍ରମ ନାଗରିକ, ଅନୁଷ୍ଠାନ ଏବଂ ସରକାରୀ ସଂସ୍ଥାମାନଙ୍କଠାରୁ ଅତ୍ୟନ୍ତ ପ୍ରଶଂସା ପାଇଛି। NCC କ୍ୟାଡେମାନଙ୍କ ଅଟଳ ସମର୍ପଣ ସହିତ, ମେଗା ସାଇକ୍ଲୋଥନ୍ ଓଡିଶାର ଯୁବପିଢ଼ିଙ୍କ ଉପରେ ଏକ ସ୍ଥାୟୀ ପ୍ରଭାବ ପକାଇବ, ଯାହା ରାଷ୍ଟ୍ର ନିର୍ମାଣ, ଶୃଙ୍ଖଳା ଏବଂ ସାମାଜିକ ସଚେତନତାର ମୂଲ୍ୟବୋଧକୁ ସୁଦୃଢ଼ କରିବ।