ଜିଲ୍ଲାସ୍ତରୀୟ ପାରମ୍ପରିକ ଲୋକକଳା ମାଧ୍ୟମରେ ସଚେତନ ନିମନ୍ତେ ତାଲିମ ଶିବିର ଉଦଯାପିତ

ରାୟଗଡା-ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ମିଳିତ ସହଯୋଗରେ ସୂଚନା,ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମକୁ ଲୋକକଳା ମାଧ୍ୟମରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟମାନଙ୍କର ଦୁଇଦିନିଆ ପ୍ରଶିକ୍ଷଣ ଶିବର ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନଠାରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୋଇତ ଓ ସମ୍ମାନିତ ଅତିଥିଭାବେ ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ ଜଳନ୍ଧର କର୍ଶିକା ,ଆଦିବାସୀ କଳା ସଂସ୍କୃତି ବିଶେଷଜ୍ଞ ପ୍ରଶିକ୍ଷକ ଦ୍ଵିତୀ ଚନ୍ଦ୍ର ସାହୁ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ପ୍ରକ୍ଷାପକ ପୀତବାସ ବିଶ୍ବାଳ, ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି ସନ୍ତୋଷ କୁମାର ବଛା, ବ୍ଲକ ଉପ ସଭାପତି ସନ୍ତୋଷ କୁମାର ତାଣ୍ଡି ମଞ୍ଚାସିନ ରହିଥିଲେ | ରାଜ୍ୟ ସରକାରଙ୍କ ପ୍ରଗତିମୂଳକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ ମୁଖ୍ୟତଃ ସରକାରଙ୍କ ମମତା ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା,ଫସଲ ବୀମା ଯୋଜନା, କୃଷି ଋଣ ସୁଧ, ମଧୁବାବୁ ପେନସନ ଯୋଜନା, ଆମ ଓଡିଶା ନବୀନ ଓଡିଶା, ମିଶନ ଶକ୍ତି ,5ଟି ସ୍କୁଲ ରୂପାନ୍ତୀକରଣ, କ୍ରୀଡା, ହରିଶ୍ଚନ୍ଦ୍ର ଯୋଜନା, ଓଡିଶା ଆଦର୍ଶ ବିଦ୍ୟାଳୟ, ଆମ ହସ୍ପିଟାଲ ଆଦି ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ଦୁଇଦିନ ଧରି ବିଷଦ ବିବରଣୀ ପ୍ରଦାନ କରାଯିବା ସହ ଦୁଇ ଦିନ ବ୍ୟାପୀ କାର୍ଯ୍ୟକ୍ରମର ସମୀକ୍ଷା ଏହାର ଲକ୍ଷ୍ୟ, ଉଦ୍ଧେଶ୍ୟ , ଯୋଜନା ସମନ୍ଧୀୟ କାର୍ଯ୍ୟକ୍ରମର ନିର୍ଦ୍ଧାରଣ, ତଦାରଖ, ତଥ୍ୟ ପ୍ରେରଣ, ଦୁଇ ଦିନର କାର୍ଯ୍ୟକ୍ରମର ସାରାଂଶ, ଚୁଡ଼ାନ୍ତିକରଣ ଏବଂ ପ୍ରଶ୍ନୋତ୍ତର ହୋଇଥିଲା। ଏହି ଶିବିରରେ ବିଭିନ୍ନ ବ୍ଲକରୁ ବ୍ଲକ୍ କଳା ସଂସ୍କୃତି ସଂଘ ଉପ ସଭାପତି ଓ ସଂସାଧନ ସଭ୍ୟମାନେ ପ୍ରଶିକ୍ଷଣ ନେଲା ପରେ ନିଜ ନିଜ ବ୍ଲକ ସଂଘର ଅନ୍ୟ ସଭ୍ୟମାନଙ୍କୁ ତାଲିମ ଦେବେ | ଚଳିତ ମାସ ସେପ୍ଟେମ୍ବର ୧୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ କଳାକାର ମାନେ ପାରମ୍ପରିକ ଲୋକକଳା ମାଧ୍ୟମରେ ପଞ୍ଚାୟତ ତଥା ଗାଁ ଗାଁ ବୁଲି ଲୋକଙ୍କୁ ଲୋକକଳା ମାଧ୍ୟମରେ ସଚେତନ କରିବେ |
ଆଜିର ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ପରିଚାଳନା କରିଥିଲେ।

ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *