ଦୁର୍ନୀତି ବିରୋଧୀ ଅଭିଯାନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗତସିଂହପୁର ଠାରେ ଦୁର୍ନୀତି ବିରୋଧୀ ଅଭିଯାନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଦୁର୍ନୀତି ବିରୋଧୀ ଅଭିଯାନର ଆବାହିକା ବିଜୟଲଷ୍ମୀ ମହାପାତ୍ର ଙ୍କ ନେତୃତ୍ବରେ ବହୁ ବିଶିଷ୍ଟ ବ୍ୟକ୍ତି, ସୂଚନା ଅଧିକାର କର୍ମୀ ଓ ସାଧାରଣ ଜନସାଧାରଣ ମାନେ ଯୋଗ ଦେଇ କଲେଜ ଛକ ନିକଟରୁ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ପହଁଚି ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ପରେ ଏହାର ଏକକିତା ନକଲ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କୁ ପ୍ରଦାନ କରାଯାଇଥିଲା । ତେବେ ବିଭିନ୍ନ ସମୟରେ ସୂଚନା ଅଧିକାରୀ ଙ୍କ ନାମରେ ଥାନାରେ। ଏତଲା, ମିଥ୍ୟା କେଶ ଓ ଧମକ ଦେଉଥିବା ଅଭିଯୋଗ କାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି ।
ଜଗତସିଂହପୁର ରୁ ରୀତା ସାହୁ
