ନୂଆ ରୂପରେ ଝଟକିବ ବାବା ଆଖଣ୍ଡଳମଣିଙ୍କ ପୀଠ

ପ୍ରାଥମିକ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୬କୋଟି ଟଙ୍କା, ସାକାର ହେବ ୫୦ବର୍ଷର ଯୋଜନା
ଭଦ୍ରକ, ୧୨ା୭ – ନୂଆ ରୂପରେ ଝଟକିବ ରାଜ୍ୟର ଅନ୍ୟତମ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠ । ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬କୋଟି ଟଙ୍କା । ଆଜି ଏଥିପାଇଁ ଶିଳାନ୍ୟାସ କରାଯାଇଛି । ଏହି ଶିଳାନ୍ୟାସ ଉତ୍ସବରେ ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନା ବୋର୍ଡର ଅଧ୍ୟକ୍ଷ ବ୍ୟୋମକେଶ ରାୟ, ସାଂସଦ ମଞୁଲତା ମଣ୍ଡଳ, ଜିଲାପାଳ ଡ. ଜ୍ଞାନ ଦାସ, ଉପଜିଲାପାଳ ତଥା ଟ୍ରଷ୍ଟି ପିତାମ୍ବର ସାମଲ, ଅତିରିକ୍ତ ଜିଲାପାଳ ମଧୁସୂଦନ ଦାସ, ପ୍ରକଳ୍ପନିର୍ଦେଶକ, ଜିଲାପରିଷଦ ଅଧ୍ୟକ୍ଷ ଦିଜବର ରାଉତ, ଚାନ୍ଦବାଲି ବିଡିଓ ଜ୍ୟୋତିବିକାଶ ଦାସ, ଚ୍ୟାୟାରମ୍ୟାନ ମାନସୀ ସାହୁଙ୍କ ସହ ଜଳପରିମଳ, ଜଳସେଚନ ଆଦି ବିଭାଗର ବହୁ ପ୍ରଦାଧିକାରୀ ଉପସ୍ଥିତ ଥିଲେ । ଦୀର୍ଘ ୫୦ବର୍ଷ ହେବ ଆଖଣ୍ଡଳମଣିଙ୍କ ପୀଠର ଉନ୍ନତି ନିମନ୍ତେ ବ୍ଲୁପ୍ରଣ୍ଟ ପ୍ରସ୍ତୁତ ହେବା ସହ ମାଷ୍ଟରପ୍ଲାନ କରାଯାଇଥିଲା ହେଲେ ଅର୍ଥ ଅଭାବରୁ ତାହା ସଫଳ ରୂଖରେଖ ନେଇପାରୁଥିଲା । ଏବେ ପ୍ରାଥମିକ ଭାବେ ୬କୋଟି ଟଙ୍କା ଅନୁମୋଦନ ହୋଇଥିବାରୁ ମଣିବାବାଙ୍କ ମନ୍ଦିର ବେଢାର ସମ୍ପ୍ରସାରଣ ସହିତ ଗର୍ଭଗୃହର ମରାମତି, ଗଳିଘର ଗୁମୁଟ, ନାଟମଣ୍ଡପ ଛାତ, ମୁକ୍ତିମଣ୍ଡପ ଛାତ ଆଦିର ମରାମତି କରାଯିବା ସହିତ ନୂତନ ଭାବେ ଶ୍ରାବଣୀମଣ୍ଡପ ଓ ଯଜ୍ଞମଣ୍ଡପ ନିର୍ମାଣ ହେବ । ବିଶେଷକରି ଆଗନ୍ତୁକ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନଙ୍କ ସୁବିଧା ଦର୍ଶନ ଓ ମହାଦୀପ ଦର୍ଶନ ପାଇଁ ମନ୍ଦିର ଚତୁପାଶ୍ୱର୍ର ସମ୍ପ୍ରସାରଣ କରାଯିବା ସହିତ ୪ଟି ଦ୍ୱାରର ସୈାନ୍ଦର୍ଯ୍ୟକରଣ କରାଯିବ ବୋଲି ବିଧାୟକ ଶ୍ରୀ ରାୟ ପ୍ରକାଶ କରିଛନ୍ତି । ସେହିପରି ଆସନ୍ତା ଦିନେଦୁଇ ଦିନ ମଧ୍ୟରେ ମନ୍ଦିରର ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲାପାଳ ଶ୍ରୀ ଦାସ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *