ରଥଯାତ୍ରା ବେଳେ ଅଭାବନୀୟ ପରିସ୍ଥିତି

ରଥଯାତ୍ରା ବେଳେ ଅଭାବନୀୟ ପରିସ୍ଥିତି। ପୁରୀ ମରଚିକୋଟ ଛକରେ ଦଳାଚକଟା ଓ ଠେଲାପେଲା। ବଳଭଦ୍ରଙ୍କ ତାଳଧ୍ଵଜ ରଥ ଆସିବା ସମୟରେ ଠେଲାପେଲା। ରଥଟଣା ସମୟରେ ପ୍ରଥମେ ଜଣେ ଭକ୍ତ ତଳେ ପଡିଯିବାରୁ ପରେପରେ ଅନେକ ଭକ୍ତ ତଳେ ପଡିଯାଇଥିଲେ। ପ୍ରାୟ 10ରୁ 12 ଜଣ ଭକ୍ତ ତଳେ ପଡିଯିବାରୁ ସମସ୍ତେ ଗୁରୁତର ଆହତ ହୋଇଥିଲେ। ତେଵେ ସାଙ୍ଗେସାଙ୍ଗେ ସୁରକ୍ଷାକର୍ମୀ ମାନଙ୍କ ସହ ସ୍ୱଚ୍ଛାସେବୀ ସଙ୍ଗଠନ ଗୁରୁତର ଆହତ ମାନଙ୍କୁ ସଙ୍ଗେସଙ୍ଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଗୋଟିଏ ପଟେ ମୁଣ୍ଡ ଉପରେ ଡହଡହ ଖରା ଓ ଅନ୍ୟପଟେ ଭକ୍ତଙ୍କ ପ୍ରବଳ ଗହଳି। ଏହାରି ଭିତରେ ରଥଟଣା ବେଳେ ଏଭଳି ପରିସ୍ଥିତି ନିହିତି ଭାବରେ ଏକ ବଡଧରଣର ଅଘଟଣରୁ ବର୍ତ୍ତି ଯାଇଛି ।

Leave a Reply

Your email address will not be published. Required fields are marked *