ବଡଚଣାରେ ଗୋଟିଏ ଦିନରେ ବିଧାୟକ କଲେ ୮ଟି ଶୁଭ ଉଦ୍ଘାଟନ

ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ନୂତନ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ ନୂତନ ସ୍ଥାୟୀ କାର୍ଯ୍ୟାଳୟ ସମେତ ୭ଟି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ମାନ୍ୟବର ବିଧାୟକ ଅମର ପ୍ରସାଦ ଶତପଥୀଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି।ବଡ଼ଚଣା ଶିକ୍ଷା ମଣ୍ଡଳ ଅଧିକାରୀ ଙ୍କ ସ୍ଥାୟୀ ନୂତନ କାର୍ଯ୍ୟାଳୟ ପାଇଁ ୧କୋଟି ୩୩ ଲକ୍ଷ ବ୍ୟୟରେ ଶୁଭ ଉଦ୍ ଘାଟନ ହୋଇ ଥିବା ବେଳେ ଜାତୀୟ ରାଜପଥ NH -୧୬ ଠାରୁ ଖଇରା ଭାୟା ଦେଉଳକୁର୍ ରାସ୍ତାର ନିର୍ମାଣ ପାଇଁ ୩ କୋଟି ୪୨ ଲକ୍ଷ ବ୍ୟୟବରାଦ ହୋଇଥିବା ବେଳେ, ବରୁଣେଶ୍ୱର କଲ୍ୟାଣ ମଣ୍ଡପର ଓ ମିଶନ ଶକ୍ତି ଗୃହ, ମା ନାହାକାଣି କମ୍ୟୁନିଷ୍ଟ ସେଣ୍ଟର,ଶୁଭଉଦ୍ଘାଟନ କରି ଥିଲେ। ବଡ଼ଚଣା ମହୋତ୍ସବ ମଣ୍ଡପ ସହିତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦ୍ଘାଟନ ହୋଇ ଥିବା ବେଳେ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ ହୋଇ ଥିଲା। ଏହି ଉତ୍ସବକୁ ସମାଜ ସେବୀ ପବନେଶ୍ୱର୍ ଜେନା ସଭାପତିତ୍ବ କରିଥିଲାବେଳେ, ବଡ଼ଚଣା ଶିକ୍ଷା ମଣ୍ଡଳ ଅଧିକାରିଣୀ ସବିତା ସାହୁ , ବଡ଼ଚଣା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ସେନାପତି,ବଡ଼ଚଣା ସରପଞ୍ଚ ରାଜ ଲକ୍ଷ୍ମୀ ମହାନ୍ତି, ସମିତି ସଭ୍ୟ ମଧୁସୂଦନ ବଳ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ସୁମତୀ ବାସ୍କେ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ ୧୬ ନମ୍ୱର୍ ଜୋନ୍ ଜିଲ୍ଲା ପରିଷଦ ଯତିନ୍ଦ୍ର ନାୟକ, ସବିତା ବରାଳ, ପୂର୍ବତନ ଆତ୍ମାର ଅଧକ୍ଷ ନିରଞ୍ଜନ ସେନାପତି, ପ୍ରକାଶ ପ୍ରଧାନ, ବ୍ଲକ୍ ସଭାପତି ଅରବିନ୍ଦ ସାମଲ ପ୍ରମୁଖ ବହୁ ନେତ୍ରୁ ମଣ୍ଡଳୀ ଯୋଗ ଦେଇ ଥିବା ବେଳେ ଶତାଧିକ ମିଶନଶକ୍ତି ଗୋଷ୍ଟିର ମା ମାନେ ଯୋଗଦେଇ ଥିଲେ। ସମିତି ସଭ୍ୟ ମଧୁସୂଦନ ବଳ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଥିଲେ । ଧର୍ମଶାଳା ରୁ ଈଶ୍ୱର ଚନ୍ଦ୍ର ବାରିକ ଙ୍କ ରିପୋର୍ଟ।