ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି ।ସେହିପରି ଜଗତସିଂହପୁର ଜିଲ୍ଲା ବିରିଡି ବ୍ଳକ ଅନ୍ତର୍ଗତ ଧ୍ୟାନକୁଦ ଜଗନ୍ନାଥ ମନ୍ଦିରରେ ପବିତ୍ର ବାହୁଡାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଜନ୍ମ ବେଦୀରେ 9 ଦିନ ଲୀଳାଖେଳା ଶେଷ କରି ଆଜି ଗୁଣ୍ଡିଚା ମନ୍ଦିର ରୁ ରତ୍ନବେଦୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ମହାପ୍ରଭୁ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରମୋଦ କୁମାର ନନ୍ଦି ଠାକୁର ରାଜ ଭାବେ ଯୋଗ ଦେଇ ଛେରାପହଁରା କରିବା ପରେ ରଥ ଟଣା ଆରମ୍ଭ ହୋଇ ଥିଲା। ଏହି ରଥଯାତ୍ରା ରେ ଜିଲ୍ଲା ର ପ୍ରାୟ 20 ହଜାର ରୁ ଉର୍ଦ୍ଧ୍ବ ଭକ୍ତ ସାମିଲ ହୋଇଥିଲେ । ଭକ୍ତ ଓ ଭଗବାନଙ୍କର ମିଳନକୁ ନେଇ ଭକ୍ତ ମାନେ ବେଶ ଉତ୍ସାହିତ ଥିବା ଦେଖାଯାଇଛି । ତେବେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇ ଥିବାର ଦେଖା ଯାଇଥିଲା ।

Leave a Reply

Your email address will not be published. Required fields are marked *