ବାଲେଶ୍ବର- ଅବକାରୀ ଚଢାଉ ଓ ପ୍ରେସମିଟ

ବାଲେଶ୍ବର- ନିଶା ବେପାରୀ ଙ୍କୁ ସାବାଡ କରିବା ପାଂଇ ଆକ୍ସନ ମୋଡ ରେ ବାଲେଶ୍ବର ପୋଲିସ , ଆଜି ସକାଳେ ଜଳେଶ୍ବର ଏସ ଡି ପି ଓ ଙ୍କ ନେତୃତ୍ବ ରେ ପୋଲିସ ର ଏକ ସ୍ବତନ୍ତ୍ର ଟିମ୍ ଜଳେଶ୍ବର ର ବିଭିନ୍ନ ସ୍ଥାନରେ ଚଢଉ କରି 270 ଗ୍ରାମର ବ୍ରାଉନ ସୁଗାର ଜବଦ କରିବା ସହ ତିନି ଜଣ ବେପାରୀ ଙ୍କୁ ଗିରଫ କରିଛି ପୋଲିସ , ସେମାନଙ୍କ ନିକଟରୁ ଗୋଟିଏ ମାରୁତି ଅଲ୍ଟୋ କାର , ଗୋଟିଏ ବାଇକ ,7 ଟି ଏଟି ଏମ୍ କାର୍ଡ , ପାନ କାର୍ଡ ସମେତ ନଗଦ କିଛି ଟଙ୍କା ଜବଦ କରା ଯାଇଛି , ଜବଦ ବ୍ରାଉନସୁଗାର ର ମୂଲ୍ଯ 27 ଲକ୍ଷ 30 ହଜାର ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି, ଏ ନେଇ ଜଳେଶ୍ଵର ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ବାଲେଶ୍ବର ଏସ ପି ସାଗରିକା ନାଥ ,ଗିରଫ ହୋଇଥିବା ତିନିଜଣ ଙ୍କ ମଧ୍ଯ ରୁ ଦୁଇ ଜଣଙ୍କ ଘର କମର୍ଦା ଥାନା ଅଞ୍ଚଳର ହୋଇଥିବା ବେଳେ ଏବଂ ଜଣଙ୍କ ଘର ଜଳେଶ୍ଵର ଥାନା ଅଞ୍ଚଳ ର ବୋଲି ଜଣା ପଡିଛି, ଆଗାମୀ ଦିନ ରେ ବ୍ରାଉନସୁଗାର କାରବାର ର ମୂଳତ୍ପାଟନ ପାଂଇ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯିବ ବୋଲି ସୂଚନା ଦେଇଛନ୍ତି ବାଲେଶ୍ବର ଏସ ପି ସାଗରିକା ।

ରିପୋର୍ଟ – ବିଷ୍ନୁପଦ ପତି,ଜଳେଶ୍ବର।

Leave a Reply

Your email address will not be published. Required fields are marked *