ବାଲିଘର” ର ଶାରଦୀୟ ପୁସ୍ତକ ଉନ୍ମୋଚିତ

ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସାମାଜିକ,ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ବାଲିଘର ଫାଉଣ୍ଡେସନ ପକ୍ଷରୁ ଶାରଦୀୟ ସଂଖ୍ୟା ବାଲିଘର ପତ୍ରିକା ଉନ୍ମୋଚିତ ହୋଇଯାଇଛି। ଦୀର୍ଘ ୩୩ବର୍ଷ ଧରି ତିର୍ତ୍ତୋଲ ଥାନା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତ ମୁଣ୍ଡିଦା ଗ୍ରାମରୁ ପ୍ରତିଷ୍ଠାତା କବି କୈଳାସ ଚନ୍ଦ୍ର ସ୍ୱାଇଁଙ୍କ ଉଦମ୍ୟ ଓ ଉତ୍ସାହରେ ବାଲିଘର ଅନୁଷ୍ଠାନ ବାଲିଘର ଫାଉଣ୍ଡେସନ ଭାବେ ଏକ ମହାଦୃମରେ ପରିଣତ ହୋଇଥିବା ବେଳେ ସାମାଜିକ ସେବା ଓ ସାହିତ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କରି ରାଜ୍ୟରେ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଏହି ବାଲିଘର ଫାଉଣ୍ଡେସନ ପକ୍ଷରୁ ଇବ୍ରିସିଂସ୍ଥିତ ମା’ଉତ୍ତରେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରେ ଶାରଦୀୟ ସଂଖ୍ୟା ପତ୍ରିକା ଉନ୍ମୋଚିତ ହୋଇଯାଇଛି।କବି ହୃଷିକେଶ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁସ୍ତକ ଉନ୍ମୋଚନ ଆସରରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନାରାୟଣ ନାୟକ,ମୁଖ୍ୟ ବକ୍ତା ଭାବେ ପଣ୍ଡିତ ନାଗମଣୀ କର,ସମ୍ମାନିତ ଅତିଥି ଭାବେ ପଣ୍ଡିତ ରବିନାରାୟଣ ପଣ୍ଡା, ଗଙ୍ଗୋତ୍ରୀର ସମ୍ପାଦକ କୈଳାସ ଚନ୍ଦ୍ର ପ୍ରଧାନ, ଶ୍ୟାମସୁନ୍ଦର ବେହେରା, ପ୍ରିୟମ୍ବଦା ଦାସ,କବିତା ଦାସ ପ୍ରମୁଖ ସାହିତ୍ୟିକ ଓ ବିଶିଷ୍ଟ ଅତିଥି ମାନେ ଯୋଗଦେଇ ବାଲିଘର ଶାରଦୀୟ ସଂଖ୍ୟା ପତ୍ରିକା ଉନ୍ମୋଚନ କରିଥିଲେ।ଏହି ଅବସରରେ ଗ୍ରାମାଞ୍ଚଳର ସାହିତ୍ୟ ପ୍ରତିଭା ମାନଙ୍କୁ ଆଗକୁ ଆଣିବା, ସାହିତ୍ୟ ସଂସ୍କୃତି ଓ ସାମାଜିକ ସେବା ଯୋଗାଇଦେବାକୁ ବାଲିଘର ଫାଉଣ୍ଡେସନ ଅହରହ ଉଦ୍ୟମ କରିଆସୁଥିବା ଅଧ୍ୟକ୍ଷ କବି କୈଳାସ ଚନ୍ଦ୍ର ସ୍ୱାଇଁ ପ୍ରକାଶ କରିଥିଲେ।

ଜଗତସିଂହପୁର ରୁ Rita ସାହୁ reporter

Leave a Reply

Your email address will not be published. Required fields are marked *