ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ 77ତମ ସ୍ଵାଧୀନତା ଦିବସ ପାଳିତ
କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ଉପଖଣ୍ଡ ସ୍ତରୀୟ 77ତମ ସ୍ଵାଧୀନତା ଦିବସ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପାଳିତ ହେଇ ଯାଇଛି l ମୁଖ୍ୟ ଅତିଥି ଭାବେ ବାଲିଗୁଡା ଉପ ଜିଲ୍ଲାପାଳ ମିସ୍ ମଧୁମିତା ଜାତୀୟ ପତାକାକୁ ଉତ୍ତୋଳନ କରିବା ସହିତ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ l ସମ୍ମାନିତ ଅତିଥି ଭାବେ ବାଲିଗୁଡା ଏସଡିପିଓ ୟସ ପ୍ରତାପ ଶ୍ରୀମଲ୍ ଓ ବାଲିଗୁଡା ବ୍ଳକ ସଭାପତି ଟୁନାଦାସ ବାଲିଗୁଡା ଏନ୍ଏସି ଅଧକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କ ସମେତ ଶତାଧିକ ଲୋକ ଯୋଗ ଦେଇଥିଲେ l ସ୍କୁଲ୍ କଲେଜର ଛାତ୍ର ଛାତ୍ରୀ ଦେଶାତ୍ମକ ବୋଧକ ନୃତ୍ୟ ସଙ୍ଗୀତ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲେ । ବିଭିନ୍ନ ସ୍କୁଲ୍ କଲେଜ ରୁ ସମୁଦାୟ 31ଟି ଗ୍ରୁପ ପ୍ୟାରେଡ୍ ରେ ଅଂଶ ଗ୍ରହଣ କରିଥିଲେ l ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀ ଏବଂ ଉପଖଣ୍ଡର ମେଧାବୀ ଛାତ୍ର ଛାତ୍ରୀ ଏବଂ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଥିବା ସଫଳ କ୍ରୀଡାବିତ୍ ସଫଳ ଚାଷୀ କଳାକାର ସମାଜସେବୀଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ l ଉତ୍ସବ କମିଟିର ସମ୍ପାଦକ ତଥା ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା, ଶିକ୍ଷକ ତୀର୍ଥ ବାସୀ ଘଡେ଼ଇ, ରଶ୍ମୀ ରଞ୍ଜନ ମହାରଣା କାର୍ଯ୍ୟକ୍ରମ କୁ ପରିଚାଳନା କରିଥଲେ । ପରେ ପ୍ରଶାସନ ପକ୍ଷରୁ ଜେଲ ଅନ୍ତେବାସୀ, ଜରା ନିବାସ ଏବଂ ମେଡିକାଲର ରୋଗୀ ଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l
ରିପୋର୍ଟ – ଭବାନୀ ଶଙ୍କର ଜେନା